ଠାକୁରମୁଣ୍ଡା ବ୍ଲକରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ, ତୀର୍ଥ ଭ୍ରମଣରେ ଯାଇ ଫେରିଥିଲେ ବୃଦ୍ଧ

ଠାକୁରମୁଣ୍ଡା, ୨୧।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକରେ ପ୍ରଥମ କରି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଜିଲାରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଠାକୁରମୁଣ୍ଡାର ଜଣେ ୭୦ ବର୍ଷୀୟ ବୃଦ୍ଧ ରହିଛନ୍ତି। ଚିହ୍ନଟ ବୃଦ୍ଧ ତୀର୍ଥ ଭ୍ରମଣରେ ଆନ୍ଧ୍ରପ୍ରଦେଶ ଯାଇ ଫେରିବା ପରେ ୧୨ ତାରିଖଠାରୁ ଦିଗଧରଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଉକ୍ତ କେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ମୋଟ ୧୨ ଜଣ ଆସି ରହିଛନ୍ତି। ସକାଳେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପହଞ୍ଚି ଆକ୍ରାନ୍ତଙ୍କ ତଥ୍ୟ ସଂଗ୍ରହ କରିବା ପରେ ଚିକିତ୍ସା ନିମନ୍ତେ ପଠାଇଛନ୍ତି। ଏହି ୩ ଜଣକୁ ମିଶାଇ ଜିଲାରେ ମୋଟ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।