Categories: ରାଜ୍ୟ

ଟ୍ୟୁମର ରୋଗରେ ପୀଡ଼ିତ ସୁଶାନ୍ତ: ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି

ଟାଙ୍ଗୀ(ଖୋର୍ଦ୍ଧା),୧୫ା୬(ଡି.ଏନ୍‌.ଏ.): ଟାଙ୍ଗୀ ପଞ୍ଚାୟତ ପଥରବନ୍ଧ ଗ୍ରାମର ଜଣେ ଗରିବ ଯୁବକ ସୁଶାନ୍ତ ପଟ୍ଟନାୟକ(୪୦) ଟ୍ୟୁମର ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଛନ୍ତି। ସେ ଜଣେ ଦିନମଜୁରିଆ ହୋଇଥିବାରୁ ଘୋର ଆର୍ଥତ୍କ ସଙ୍କଟ ଯୋଗୁ ଉପଯୁକ୍ତ ଚିକିତ୍ସା କରିପାରୁନାହାନ୍ତି। ସୁଶାନ୍ତଙ୍କ ୩ ଝିଅ ଶୁଭଲକ୍ଷ୍ମୀ, ରାଜେଶ୍ୱରୀ, ଅଞ୍ଜଳି ଓ ସ୍ତ୍ରୀଙ୍କ ସହ ସୁଖଦୁଃଖରେ ଦିନ ବିତିଯାଉଥିଲା। ୨ ବର୍ଷ ପୂର୍ବେ ପେଟରେ ଟ୍ୟୁମର୍‌ ହୋଇଥିବା ଜାଣି ପ୍ରଥମେ ଟାଙ୍ଗୀ ଓ ପରେ ଭୁବନେଶ୍ୱରରେ ଅପରେଶନ୍‌ କରି ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ପୁଣି ଟ୍ୟୁମର୍‌ଟି ବଢ଼ି ଅଧିକ ଯନ୍ତ୍ରଣାଦାୟକ ହେଲା। ଉନ୍ନତମାନର ଅପରେଶନ ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଛନ୍ତି । ଏ ପରିସ୍ଥିତିରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଜିତେନ୍ଦ୍ର କୁମାର ସାହୁଙ୍କୁ ଅବଗତ କରାଯିବା ପରେ ସେ ସହଯୋଗ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ସୁଶାନ୍ତ ରହିବା ପାଇଁ ଭଲ ଘର ଖଣ୍ଡିଏ ମଧ୍ୟ ନାହିଁ। ତେଣୁ ଏଭଳି ପରିସ୍ଥିତିରେ ତାଙ୍କ ପାଇଁ ଆବାସ ଯୋଜନାଭୁକ୍ତ ଘର ସହ ଚିକିତ୍ସା ନିମନ୍ତେ ସରକାରଙ୍କ ପକ୍ଷରୁ ତୁରନ୍ତ ସହାୟତା ନେଇ ଗ୍ରାମବାସୀ ଦାବି କରିଛନ୍ତି।