ଟ୍ରୋଲ ହେଲେ ରଣବୀର

ରଣବୀର କପୁର ସୋସିଆଲ ମିଡିଆରେ ଏବେ ଟ୍ରୋଲ ହୋଇଛନ୍ତି। କାରଣ ବାରଣସୀରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ସମୟରେ ଜଣେ ଫ୍ୟାନ୍‌ ତାଙ୍କୁ ଦେଖା କରିବାକୁ ଯାଇଥିଲେ। ସେଠାରେ ରଣବୀର ଫ୍ୟାନ୍‌ଙ୍କୁ ଏମିତି ବ୍ୟବହାର ଦେଖାଇଛନ୍ତି ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍‌ଜଣଙ୍କ ରଣବୀରଙ୍କୁ ସାକ୍ଷାତ କରିବାକୁ ଯାଇ ତାଙ୍କ ପାଦ ଛୁଉଁଛନ୍ତି। ପରେ ରଣବୀର ନିଜେ ଯାଇ ସୋଫା ଉପରେ ବସିଛନ୍ତି। ଆଉ ଫ୍ୟାନ୍‌ଜଣକ ତଳେ ବସି ତାଙ୍କ ସହିତ କଥା ହେଉଛନ୍ତି। ରଣବୀରଙ୍କ ଏପରି ବ୍ୟବହାର ଦେଖି ୟୁଜର୍ସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ରଣବୀର କ’ଣ ଭଗବାନ? ଆଉ ଜଣେ ଲେଖିଛନ୍ତି, ରଣବୀରଙ୍କ ଏପରି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ସେହିପରି ଅନ୍ୟଜଣେ ୟୁଜର ଲେଖିଛନ୍ତି ଫ୍ୟାନ୍‌ଙ୍କୁ ବସିବାକୁ ତ କୁହନ୍ତୁ। ଆଉ ଜଣେ ଲେଖିଛନ୍ତି, ତାଙ୍କୁ ସମ୍ମାନ ଦେବା ଶିଖନ୍ତୁ ଯିଏ ଆପଣଙ୍କୁ ସମ୍ମାନ ଦେଉଛନ୍ତି। ଜଣେ ଭଲ ଆକ୍ଟର ହେବାକୁ ହେଲେ ପ୍ରଥମେ ବ୍ୟବହାର ଜାଣିବା ଦରକାର କହି ୟୁଜରମାନେ ପ୍ରତିିକ୍ରିୟା ପ୍ରକାଶ କରିଛନ୍ତି।

Share