ଟ୍ରେନ୍‌ ଧକ୍କାରେ ଛାତ୍ର ଗୁରୁତର: କ୍ଷତିପୂରଣ ଦାବିରେ ରେଳଧାରଣାରେ ବସିଲେ ଉତ୍ତ୍ୟକ୍ତ ଲୋକେ

ବଅଁରପାଳ,୧୬।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ନିକଟ ନାଲ୍‌କୋ ରେଳଧାରଣାରେ ଶନିବାର ସକାଳେ ଟ୍ରେନ୍‌ ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ସେ ହେଲେ ବୁଢ଼ାପଙ୍କ ସ୍କୁଲ୍‌ର ସୁନିଲ ପ୍ରଧାନ। ଗୁରୁତର ଅବସ୍ଥାରେ ସୁନିଲଙ୍କୁ ବଅଁରପାଳର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସକାଳୁ ସୁନିଲ ସ୍କୁଲକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରେଳଧାରଣାରେ ବସିଥିବା ଜଣାପଡିଛି।