ଟ୍ରେନ୍‌ଲାଇନରେ କଟି ମହିଳା କର୍ମଚାରୀ ମୃତ

ଯାଜପୁର ଅଫିସ, ୨୫।୫: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ନିଳାଚଳ ଇସ୍ପାତ ନିଗମ ପରିସରରେ ରେଳଲାଇନରେ କଟି ଶନିବାର ପୂର୍ବାହ୍ନ ୯ଟାରେ ଏସ୍‌ଏମ୍‌ଏସ୍‌ ବିଭାଗରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କବାଟବନ୍ଧ ଅଞ୍ଚଳର ଅନଙ୍ଗମଞ୍ଜରୀ ରାଉତ।
ପ୍ରକାଶ ଯେ, ଅନଙ୍ଗମଞ୍ଜରୀ ନିଳାଚଳ କାରଖାନାରେ ଏସ୍‌ଏମ୍‌ଏସ୍‌ ବିଭାଗରେ ଅପରେଟର କମ୍‌ ଟେକ୍‌ନିସିଆନ୍‌ ଭାବେ କାର୍ଯ୍ୟ କରୁଥିଲେ। ସବୁଦିନ ପରି ଶନିବାର ପୂର୍ବାହ୍ନରେ ସେ ସ୍କୁଟି ଯୋଗେ କାରଖାନାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ କଳିଙ୍ଗନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।