ଟ୍ରେନ୍‌ରେ ‘ହାଉସଫୁଲ-୪’ ପ୍ରମୋଶନ

ଭୁବନେଶ୍ୱର, ୧୭।୧୦(ବ୍ୟୁରେ।): ଭାରତୀୟ ରେଳପଥ ପକ୍ଷରୁ ଆରମ୍ଭ ହେଲା ଚଳଚ୍ଚିତ୍ର ପ୍ରୋତ୍ସାହନ କାର୍ଯ୍ୟକ୍ରମ। ଆସନ୍ତା ୨୫ ଡିସେମ୍ବରରେ ଆସିବାକୁ ଥିବା ବଲିଉଡ଼ ଚଳଚ୍ଚିତ୍ର ‘ହାଉସଫୁଲ-୪’ର ପ୍ରମୋଶନ ପାଇଁ ୮ କୋଚ୍‌ ବିଶିଷ୍ଟ ସ୍ବତନ୍ତ୍ର ଟ୍ରେନ୍‌ ପ୍ରସ୍ତୁତ କରାଯାଇଛି। ଟ୍ରେନର ବାହାର ପାର୍ଶ୍ୱରେ ଫିଲ୍ମର ପୋଷ୍ଟର ଚିତ୍ରିତ କରାଯାଇଛି। ‘ପ୍ରମୋଶନ ଅନ୍‌ ହ୍ବିଲ୍ସ’ ନାମରେ ପଶ୍ଚିମ ରେଳପଥ ଏହି ଅଭିଯାନ ଆରମ୍ଭ କରିଛି। ବୁଧବାର ଏହି ଚଳଚ୍ଚିତ୍ରର କଳାକାର ଓ କେତେଜଣ ଗଣମାଧ୍ୟମ ପ୍ରତିନିଧି ଉକ୍ତ ଟ୍ରେନ୍‌ରେ ଯାତ୍ରା କରିଥିଲେ। ପ୍ରଥମ ଦିନରେ ଟ୍ରେନଟି ମୁମ୍ବାଇ ସେଣ୍ଟ୍ରାଲରୁ ଦିଲ୍ଲୀକୁ ଯାତ୍ରା କରିଥିଲା।
କଳା, ସଂସ୍କୃତି, ଚଳଚ୍ଚିତ୍ର, ଟିଭି ସିରିୟଲ ଓ ଖେଳକୁଦର ପ୍ରମୋଶନ ଲାଗି ଭାରତୀୟ ରେଳପଥ ନିଷ୍ପତ୍ତି ନେଇଛି। ବୁଧବାର ‘ହାଉସଫୁଲ-୪’ରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଟ୍ରେନଟି ବଡ଼ ସହର ସୁରଟ, ଭଦୋଦରା, କୋଟା ଦେଇ ଯାତ୍ରା କରିବ। ଏହାସହ ଟ୍ରେନ୍‌ରେ ଫିଲ୍ମ ପ୍ରମୋଶନ ପାଇଁ ରେଳପଥ ଆଉକିଛି ବଡ଼ ପ୍ରଯୋଜନା ସଂସ୍ଥା ସହ ଯୋଗାଯୋଗ କରିଛି। ପ୍ରମୋଶନ କ୍ଷେତ୍ରରେ ଏହା ଏକ ନିଆରା ମାଧ୍ୟମ। ଏହାଦ୍ୱାରା ଉଭୟ ରେଳପଥ ଓ ପ୍ରଯୋଜନା ସଂସ୍ଥା ଲାଭବାନ ହେବେ। ରେଳରେ ପ୍ରମୋଶନ କରିବା ଦ୍ୱାରା ଏହି ବାର୍ତ୍ତା ଏକ ବୃହତ୍‌ ସମୁଦାୟ ନିକଟରେ ପହଞ୍ଚତ୍ପାରିବ। ଏହି ଅଭିଯାନରୁ କେମିତି ଅଧିକ ଲାଭ ମିଳିବ ସେଥିପାଇଁ ଆଇଆର୍‌ସିଟିସି ଜୋରଦାର ପ୍ରୟାସ ଚଲାଇଛି ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି।