Posted inଖେଳ

ଟ୍ରେନିଂ କ୍ୟାମ୍ପ୍‌ ବେଳେ ଆଥଲେଟ୍‌ଙ୍କ ପାଇଁ କଟକଣା

ନୂଆଦିଲ୍ଲୀ, ୨୦ା୫ (ପି.ଟି.)-ଆଥଲେଟମାନଙ୍କ ଟ୍ରେନିଂ ଲାଗି ସରକାର ବିନା ଦର୍ଶକରେ ଷ୍ଟାଡିୟମ ଓ ସ୍ପୋଟର୍‌ସ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ହେଲେ କୋଭିଡ୍‌-୧୯ ମହାମାରୀ ଯୋଗୁ ଖେଳାଳିମାନଙ୍କ ଲାଗି ଆଥଲେଟିକ୍ସ ଫେଡେରେଶନ ଅଫ୍‌୍‌ ଇଣ୍ଡିଆ(ଏଏଫ୍‌ଆଇ) ତରଫରୁ ନିଜସ୍ବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁୟର(ଏସ୍‌ଓପି) ଜାରି କରାଯାଇଛି। ତଦାନୁସାରେ ଲକ୍‌ଡାଉନ୍‌ ବେଳେ ଖେଳାଳି ମାନେ ସେଲୁନକୁ ଯାଇ ପାରିବେ ନାହିଁ। କହାସହିତ କରମଦ୍ଦର୍ର୍ନ ଅବା ଆଲିଙ୍ଗନ କରିପାରିବେ ନାହିଁ। ପଡ଼ିଆରେ ଛେପ ପକାଇବେ ନାହିଁ। ସୋସିଆଲ ଗାଇଡ୍‌ଲାଇନ୍‌ ସହ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଅତିରିକ୍ତ ନିୟମକୁ ମାନି ଚଳିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏସଓପିରେ ରହିଥିବା ବ୍ୟବସ୍ଥା ଅନୁସାରେ ଜ୍ୱର, କାଶ ହେବା, ଛିଙ୍କିବା ଲକ୍ଷଣ ସମେତ ଅବସନ୍ନତା ଅନୁଭବ କରୁଥିବା ଆଥଲେଟମାନଙ୍କୁ ଟ୍ରେନିଂରୁ ବାରଣ କରାଯାଇଛି। ଏହି ଲକ୍ଷଣ ପରିଲକ୍ଷିତ ହେବାମାତ୍ରେ ସମ୍ପୃକ୍ତ ଆଥଲେଟ୍‌ ତୁରନ୍ତ ଏ ବିଷୟରେ ମୁଖ୍ୟ କୋଚ୍‌ କିମ୍ବା ହାଇପରଫର୍ମାନ୍ସ ଡାଇରେକ୍ଟରଙ୍କୁ ଅବଗତ କରାଇବେ। ବାହାର ଖାଦ୍ୟ ଖାଇବାକୁ ମଧ୍ୟ ମନା ରହିଛି। ଆଥଲେଟ୍‌ମାନଙ୍କୁ ସେମାନଙ୍କ ନିଜସ୍ବ ପାଣି ବୋତଲ, ଏନର୍ଜି ଡ୍ରିଙ୍କ୍‌ ବ୍ୟତୀତ ହ୍ୟାଣ୍ଡ ସାନିଟାଇଜର ଏବଂ ଟାଓ୍ବେଲ ବ୍ୟବହାର କରିବା ଲାଗି କୁହାଯାଇଛି। ଟ୍ରେନିଂ ଆରମ୍ଭ ହେବା ସମୟର ୫ ମିନିଟ ପୂର୍ବରୁଆଥଲେଟମାନଙ୍କୁ ସେମାନଙ୍କ ରୁମ୍‌ ଛାଡ଼ିବାକୁ ହେବ। ଟ୍ରେନିଂ ଶେଷ ହେବା ମାତ୍ରେ ଏଣେତେଣେ ବୁଲାବୁଲି ନ କରି ତୁରନ୍ତ ନିଜ ହଷ୍ଟେଲ ରୁମ୍‌କୁ ଫେରିବା ଲାଗି ସେମାନଙ୍କୁ କୁହାଯାଇଛି। ଆଥଲେଟମାନେ ଟ୍ରେନିଂ ବେଳେ ଫୁଲ୍‌ସ୍ଲିଭ୍‌ ଟି-ଶାର୍ଟ ପରିଧାନ କରିବେ। ଟ୍ରେନିଂ କଟକଣା ବେଳେ ସେମାନଙ୍କୁ ସାଉନା/ଆଇସ୍‌ ବାଥ୍‌ ସୁବିଧା ଉପଲବ୍ଧ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri