Posted inଖେଳ

ଟ୍ରେନିଂ ଉପରେ ଫର୍ନାଣ୍ଡିଜ୍‌ଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୨୧।୬-ବାହାରିନଠାରେ ହେବାକୁଥିବା ୧୬ ବର୍ଷରୁ କମ୍‌ ଏଏଫସି ଚାମ୍ପିୟନଶିପ୍‌ରେ ଭାରତ କଷ୍ଟସାଧ୍ୟ ଗ୍ରୁପରେ ସ୍ଥାନ ପାଇଛି। ତେବେ ଏହାକୁ ସକାରାତ୍ମକ ଦୃଷ୍ଟିରେ ନେଇଛନ୍ତି ମୁଖ୍ୟ କୋଚ୍‌ ବିବିଆନୋ ଫର୍ନାଣ୍ଡିଜ। ଉଚ୍ଚସ୍ତରୀୟ ପ୍ରତିଯୋଗିତାରେ ତାଙ୍କ ଦଳର ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ ବୋଲି ସେ ଅନୁଭବ କରୁଛନ୍ତି। ”ପ୍ରତିଯୋଗିତାର ଗ୍ରୁପିଂ ପାଇଁ ଡ୍ର ଉଠାଣ କାର୍ଯ୍ୟକ୍ରମକୁ ମୁଁ ଲାଇଭ୍‌ ଦେଖୁଥିଲେ ହେଁ କିଛି ଆଶା ରଖି ନ ଥିଲି। କ୍ୱାଲିଫାୟରରେ ଆମ ପିଲାମାନେ ଚମତ୍କାର ଖେଳିଛନ୍ତି। ତେଣୁ ଗ୍ରୁପରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବା ନେଇ ମୁଁ ଦୃଢ଼ ଆଶାୟୀ“ ବୋଲି ବିବିଆନୋ କହିଛନ୍ତି। ଚଳିତମାସ ୧୮ ତାରିଖରେ ପ୍ରତିଯୋଗିତା ପାଇଁ ଡ୍ର ଉଠାଣ କାର୍ଯ୍ୟକ୍ରମ କୁଆଲାଲମ୍ପୁରରେ ଅନୁଷ୍ଠିତ ହୋଇଥିଲା। ଗ୍ରୁପ‘ସି’ରେ ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ଉଜବେକିସ୍ତାନ ସହିତ ଭାରତ ସ୍ଥାନ ପାଇଥିଲା। ୨୦୧୮ କ୍ୱାର୍ଟର ଫାଇନାଲରେ ଭାରତ ଗୋଟିଏ ଗୋଲରେ କୋରିଆଠାରୁ ହାରି ଯାଇଥିଲା। ଏହି ମ୍ୟାଚ ଜିତିଥିଲେ ଭାରତୀୟ ଦଳ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥାନ୍ତା।
ସାମ୍ପ୍ରତିକ ସ୍ଥିତିରେ ପିଲାମାନେ କେତେଶୀଘ୍ର ଟ୍ରେନିଂକୁ ଫେରିବେ ତାହା ଗୁରୁତ୍ୱପୂର୍ଣ୍ଣ। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଖେଳାଳିମାନେ ସେଥିପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ବିବିଆନୋ କହିଛନ୍ତି। ସବୁ ସମୟରେ କିଛି ନା କିଛି ଶିଖିବାର ଅଛି। ୨୦୧୮ ପ୍ରତିଯୋଗିତାରୁ ଆମେ ଅନେକ କିଛି ଶିଖିଛୁ। ସେଠାରେ ହୋଇଥିବା ତ୍ରୁଟିକୁ ଆମେ ଟ୍ରେନିଂରେ ସୁଧାରିବୁ ବୋଲି ସେ ପ୍ରକାଶ କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ଯୋଗୁ ଗତ ମାର୍ଚ୍ଚରୁ ସର୍ବଭାରତୀୟ ଫୁଟବଲ ଫେଡେରେଶନ(ଏଆଇଏଫଏଫ)ର ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରହିଛି। ପିଲାମାନେ ଘରେ ଥିବାରୁ ବିବିଆନୋ ଅନ୍‌ଲାଇନ୍‌ ସେସନରେ ସେମାନଙ୍କ ସହ ଟଚ୍‌ରେ ରହୁଛନ୍ତି। ବିବିଆନୋଙ୍କ ପ୍ରଶିକ୍ଷଣରେ ୧୬ ବର୍ଷରୁ କମ୍‌ ଦଳ ସଫଳତା ପଥରେ ରହିଛି। ଅନ୍ତର୍ଜାତୀୟ ଫୁଟବଲରେ ଭାରତ ଗତ ୮ଟି ମ୍ୟାଚରେ ଅପରାଜେୟ ରହିଛି। ୧୫ ବର୍ଷରୁ କମ୍‌ ସାଫ୍‌ ଚାମ୍ପିୟନଶିପ୍‌ରେ ଭାରତ ୫ଟି ମ୍ୟାଚ ଜିତିଥିବାବେଳେ ୧୬ ବର୍ଷରୁ କମ୍‌ ଏଏଫସି ଚାମ୍ପିୟନଶିପ୍‌ କ୍ୱାଲିଫାୟରରେ ୨ଟି ମ୍ୟାଚ ଜିତିଛି ଏବଂ ଗୋଟିଏ ଡ୍ର ରଖିଛି। ଏଥିପାଇଁ ଏଆଇଏଫଏଫ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ପ୍ରଶଂସା କରିଛନ୍ତି କୋଚ୍‌ ବିବିଆନୋ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ହାର୍ଦ୍ଦିକଙ୍କ ବଡ଼ ବୟାନ, ପ୍ରେମିକା ମାହିକାଙ୍କୁ ନେଇ କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୧୦।୧୨: କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ୧୦୧ ରନର ବିଶାଳ ବିଜୟ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri