Posted inଖେଳ

ଟ୍ରେନିଂ ଆରମ୍ଭ ପାଇଁ ହକି ଖେଳାଳିଙ୍କ ନିବେଦନ

ନୂଆଦିଲ୍ଲୀ, ୧୫ା୫ (ପି.ଟି.)-ଭାରତୀୟ ହକି ଖେଳାଳିମାନେ ଗୁରୁବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ସହ ଅନ୍‌ଲାଇନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଏହି ଅବସରରେ ଯଥାସମ୍ଭବ ଶୀଘ୍ର ଟ୍ରେନିଂ ଆରମ୍ଭର ବ୍ୟବସ୍ଥା କରିବା ଲାଗି ସେମାନେ ନିବେଦନ କରିଛନ୍ତି। ଏଦିଗରେ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ରିଜିଜୁ ଏକଥା ମଧ୍ୟ କହିଛନ୍ତି ଯେ, ସ୍ପୋଟର୍‌ସ ଅଥରିଟିି ଅଫ୍‌ ଇଣ୍ଡିଆ (ସାଇ)ର ୬ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଦ୍ୱାରା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା (ଏସ୍‌ଓପି) ପ୍ରସ୍ତୁତ ହେବାମାତ୍ରେ ଫିଲ୍‌ଡ ଟ୍ରେନିଂ ଆରମ୍ଭ ହେବ। ଅନ୍‌ଲାଇନ୍‌ କଥାବାର୍ତ୍ତାରେ ୨୪ ମହିଳା ଏବଂ ୩୪ ପୁରୁଷ ହକି ଖେଳାଳି ଭାଗ ନେଇଥିଲେ। ସୂଚନାଯୋଗ୍ୟ, କରୋନାଭାଇରସ୍‌ ପାଇଁ ମାର୍ଚ୍ଚ ୨୫ରୁ ଲକ୍‌ ଡାଉନ୍‌ ଲାଗୁ କରାଯିବା ପରଠାରୁ ଉଭୟ ଭାରତୀୟ ମହିଳା ଓ ପୁରୁଷ ମହିଳା ହକି ଦଳ ବେଙ୍ଗାଲୁରୁସ୍ଥିତ ସାଇ ସାଉଥ ସେଣ୍ଟରଠାରେ ରହିଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସ୍ବାସ୍ଥ୍ୟଗତ କଥା ଉଠୁଥିବାରୁ ଆମେ ରିସ୍କ ନେଇ ପାରିବା ନାହିଁ। ଏହା ଦ୍ୱାରା ଆମ ଟ୍ରେନିଂ ଯୋଜନା ଭଣ୍ଡୁର ହୋଇଯାଇପାରେ। ଉଭୟ ମହିଳା ଓ ପୁରୁଷ ଖେଳାଳିମାନେ ଦର୍ଶାଇଥିଲେ ଯେ, ଆସନ୍ତାବର୍ଷ ଅଲିମ୍ପିକ ପାଇଁ ପ୍ରମୁଖ ହକି ରାଷ୍ଟ୍ରଗୁଡ଼ିକ ଅଭ୍ୟାସ ଆରମ୍ଭ କରି ଦେଲେଣି। ଛୋଟ ଛୋଟ ଗ୍ରୁପ୍‌ କରି ଯଥାଶୀଘ୍ର ପଡ଼ିଆରେ ଟ୍ରେନିଂ ଆରମ୍ଭ କଲେ ଆମେ ଉପକୃତ ହୋଇପାରିବା। ଖେଳାଳିମାନେ ପୁଣି କହିଛନ୍ତି ଯେ, ଆମେ ଏଠାରେ ସୁରକ୍ଷିତ ଅଛୁ ନିଶ୍ଚିତ। କିନ୍ତୁ ‘ହୋମ୍‌ ସିକ୍‌’ ଅନୁଭବ କରୁଛି। ଟ୍ରେନିଂ ଆରମ୍ଭ ହୋଇ ଗଲେ ଆମ ମନକୁ ଆସୁଥିବା ଅନିଚ୍ଛାକୃତ ଚିନ୍ତା ଦୂର ହୋଇପାରନ୍ତା। ବୈଠକରେ ପୁରୁଷ ଓ ମହିଳା ହକି ଦଳର କୋଚ୍‌ ଗ୍ରହମ ରିଡ୍‌ ଓ ଜୋର୍ଡ ମାରିଜନେ ଏବଂ ହାଇପରଫର୍ମାନ୍ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡ଼ା ସଚିବ ରବି ମିତଲ, ସାଇ ଡାଇରେକ୍ଟର ଜେନେରାଲ ସନ୍ଦୀପ ପ୍ରଧାନ, ଭାରତୀୟ ଅଲିମ୍ପିକ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦଙ୍କ ସମେତ ଅନ୍ୟ ସିନିୟର ଅଫିସିଆଲମାନେ ମଧ୍ୟ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri