Categories: ଜାତୀୟ

ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ପାଇଲଟଙ୍କ ମୃତ୍ୟୁ

ବିକାରବାଦ,୬।୧୦: ତେଲେଙ୍ଗାନା ବିକାରବାଦ ନିକଟରେ ଏକ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଥିବା ୨ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ସୁଲତାନପୁର ଗାଁରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା କୁହାଯାଉଛି। ଖବର ପାଇ ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ଜଣେ ପାଇଲଟ୍‌ଙ୍କ ନାମ ପ୍ରକାଶ ବିଶାଳ ଥିବାବେଳେ ଅନ୍ୟ ପାଇଲଟ ଜଣେ ମହିଳା ଥିବା ସ୍ଥାନୀୟ ପୋଲିସ କହିଛି। ଏକ ଚାଷ ଜମିରେ ବିମାନଟି ଖସିପଡ଼ିଛି। କେଉଁ କାରଣରୁ ଏଭଳି ଘଟିଛି ତାହାର ତଦନ୍ତ ଜାରି ରହିଛି।

Share