ଟ୍ରେଣ୍ଡି ଟ୍ରେଡ୍‌ ଫେୟାର

ପର୍ଯ୍ୟଟନ ଋତୁ। ଶୀତର ଆଗମନ। ଠିକ୍‌ ଏହି ସମୟରେ ଆରମ୍ଭ ହୋଇଯାଇଛି ରାଜଧାନୀରେ ଟ୍ରେଡ୍‌ ଫେୟାର। ଜମିଛି ବ୍ୟବସାୟୀଙ୍କର ଭିଡ଼। ସଭିଙ୍କ ପାଇଁ ସାଜିଛି ମୁଖ୍ୟ ଆକର୍ଷଣ। ପୋଷାକରୁ ପାରମ୍ପରିକ ଅଳଙ୍କାର ହେଉ କି ଘରକରଣାରୁ ଘରସଜ୍ଜା ଜିନିଷ, ଭଳିକି ଭଳି ପସରା ମେଲିଛି ମେଳାରେ। ଗ୍ରାହକଙ୍କୁ ଆକୃଷ୍ଟ କରିଛି ଏହାର ପ୍ରତିଟି ସାମଗ୍ରୀ।

ସିଲ୍କର ସମ୍ଭାର

ଭୁବନେଶ୍ୱରର ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଏବେ ଚଳଚଞ୍ଚଳ। ଆର୍ଟିସାନ୍ସ ଆଣ୍ଡ୍‌ ୱେଭସର୍ର୍ ୱେଲଫେୟାର୍‌ ଆସୋସିଏଶନ୍‌ ‘ହସ୍ତଶିଳ୍ପୀ’ ଦ୍ୱାରା ଏଠାରେ ଆୟୋଜିତ ହୋଇଛି ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯। ଦେଶର ବିଭିନ୍ନ ରାଜ୍ୟର ଉତ୍କୃଷ୍ଠ ସିଲ୍କ ଉତ୍ପାଦ ଏହାର ମୁଖ୍ୟ ଆକର୍ଷଣ। ନଭେମ୍ବର ୧୧ ତାରିଖ ଯାଏ ଚାଲିବ ଏହି ଏକ୍ସପୋ। ଗୋଟିଏ ଛାତତଳେ ବିଭିନ୍ନ ପ୍ରକାର ପୋଷାକ ସାମଗ୍ରୀ ଉପଲବ୍ଧ ହେଉଛି। ଦେଖିବାକୁ ମିଳୁଛି ସିଲ୍କ ଶାଢିରୁ ଆରମ୍ଭକରି ଡିଜାଇନର ଓ୍ବେର୍‌ର ସମ୍ଭାର। ଖାଣ୍ଟି ସିଲ୍କରେ ଆଗ୍ରହ ରଖୁଥିବା ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ଏହି ଏକ୍ସପୋ। ଏଠାରେ ଥିବା ୬୫ଟି ଷ୍ଟଲ୍‌ରେ ହ୍ୟାଣ୍ଡ୍‌ ବ୍ଲକ୍‌ ପ୍ରିଣ୍ଟ ଶାଢ଼ି, ସାଲଓ୍ବାର୍‌ ସୁଟ୍‌ ଏବଂ ସିଲ୍କ୍‌ ବେଡ୍‌ କଭର୍‌, ଡିଜାଇନର୍‌ ୱେର୍‌ ଆଦି ମିଳୁଛି। ବିଭିନ୍ନ ରାଜ୍ୟରୁ ଆସିଥିବା ପାରମ୍ପରିକ ଶାଢ଼ି ବ୍ୟତୀତ କୁର୍ତ୍ତା, ହାତବୁଣା ମଟ୍‌କା ଏବଂ ଆସାମ ମୁଗା ଫ୍ୟାବ୍ରିକ୍‌, ଏମ୍ବ୍ରୋଡୋରୀ ଡିଜାଇନ୍‌ ସିଲ୍କ ଶାଢ଼ି ଏବଂ ଡ୍ରେସ୍‌ ମ୍ୟାଟେରିଆଲ୍‌, ଭାଗଲପୁରୀ ସୁଟ୍‌, ପ୍ରିଣ୍ଟେଡ୍‌ ସିଲ୍କ ଶାଢ଼ି, ରେଶମୀ ପ୍ଲେନ୍‌ ଏବଂ ବୁଟ୍ଟି ଶାଢ଼ି, କୋଟା ସିଲ୍କ, ମଲବେରୀ ସିଲ୍କଗ୍ରାହକଙ୍କୁ ଆକର୍ଷିତ କରିପାରିଛି। କେବଳ ଏତିକି ନୁହେଁ, ଗ୍ରାହକମାନେ ୱେଡିଙ୍ଗ ଶାଢ଼ି, ସିଲ୍କ ଓ ଟସର କଞ୍ଚାମାଲ, ଷ୍ଟୋଲ୍‌, ସିଲ୍କ ଯୁକ୍ତ ଫ୍ୟାବ୍ରିକ୍‌/ଫର୍ଣ୍ଣସିଙ୍ଗ୍‌, ଉପ୍ପଡା ଇତ୍ୟାଦି ମଧ୍ୟ ପାଇପାରୁଛନ୍ତି।

ନାମୀଦାମୀ ହୋମ୍‌ ଡେକୋର

ଜନତା ମଇଦାନଠାରେ ଚାଲିଛି ‘କ୍ରେଡାଇ ଭୁବନେଶ୍ୱର ହୋମ୍‌ ଆଣ୍ଡ ଡେକୋର ଏବଂ ୧୬ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର’। ଏହା କ୍ରେଡାଇ ଭୁବନେଶ୍ୱର, ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ୟୁସିସିଆଇ), ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଜି.ଏସ୍‌. ମାର୍କେଟିଂ ଆସୋସିଏଟ୍‌ସର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି। ଓଡ଼ିଶାବାସୀଙ୍କ ପାଇଁ ଆଣିଦେଇଛି ଦେଶ ବିଦେଶର ଏକାଧିକ ନାମୀଦାମୀ ହୋମ୍‌ ଡେକୋର୍‌ ବ୍ରାଣ୍ଡ୍‌ର ଉତ୍ପାଦ। ଘରକରଣ ସାମଗ୍ରୀଠାରୁ ଆରମ୍ଭ କରି ଅନ୍ତର୍ଜାତୀୟସ୍ତରର ବିଭିନ୍ନ ଦ୍ରବ୍ୟ ମିଳୁଛି ଗୋଟିଏ ସ୍ଥାନରେ। କେବଳ ଏତିକି ନୁହେଁ, ବିଭିନ୍ନ ରିୟଲ ଇଷ୍ଟେଟ୍‌ ଡେଭଲପର୍ସ ଏଠାରେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶିତ କରିଛନ୍ତି। ରିୟଲ ଇଷ୍ଟେଟ୍‌ ସମ୍ବନ୍ଧିତ ବିଭିନ୍ନ ଉପକରଣ କମ୍ପାନୀ ଏବଂ ବ୍ୟାଙ୍କ ବି ଏଥିରେ ଭାଗ ନେଇଛନ୍ତି। ସୁଲଭ ହାଉସିଂ ଏବଂ ପ୍ରଦର୍ଶିତ ‘ରେଡି ଟୁ ମୁଭ୍‌’ ପ୍ରକଳ୍ପ ଗ୍ରାହକଙ୍କୁ ନିଜ ସ୍ବପ୍ନର ଘର ବାଛିବାକୁ ଏହା ଆଣିଦେଇଛି ନୂଆ ଅପ୍‌ସନ୍‌। ପ୍ରଥମଥର ପାଇଁ ଓଡିଶା ଏହାର ଆୟୋଜକ ରାଜ୍ୟ ଥିବାବେଳେ କର୍ନାଟକ ଓ ପଶ୍ଚିମବଙ୍ଗ ସହଯୋଗୀ ରାଜ୍ୟ ଏବଂ ତାମିଲନାଡୁ ଓ ମହାରାଷ୍ଟ୍ର ଫୋକସ ରାଜ୍ୟ ରହିଛନ୍ତି। ସେହିଭଳି ସହଯୋଗୀ ଦେଶଭାବେ ବାଂଲାଦେଶ ଓ ଥାଇଲାଣ୍ଡ, ଫୋକସ ରାଷ୍ଟ୍ର ଭାବେ ରହିଛନ୍ତି ଆଫଗାନିସ୍ତାନ ଏବଂ ତୁର୍କୀ। ମୋଟ ୫୦୦ଟି ଷ୍ଟଲ୍‌ରେ ୭ଟି ଦେଶ ଓ ଭାରତର ୧୦ଟି ରାଜ୍ୟ ଅଂଶଗ୍ରହଣ କରି ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି। ତୁର୍କୀ, ଆଫଗାନିସ୍ତାନ, ବାଂଲାଦେଶ, ଦୁବାଇ, ମାଲେସିଆ, ଭାରତ ଏବଂ ଥାଇଲାଣ୍ଡ ଭଳି ଦେଶ ଏଥର ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ରାଜ୍ୟର କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ ଏଠାରେ ସୁଲଭ ମୂଲ୍ୟରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେଉଛି।

ପ୍ରଥମ ‘ଆଦି ମହୋତ୍ସବ’

ପାରମ୍ପରିକ ଜନଜାତି ସାମଗ୍ରୀକୁ ନେଇ ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ହୋଇଛି ଏକ ନିଆରା ‘ଆଦି ମହୋତ୍ସବ’। ଏଥର ପ୍ରଥମଥର ପାଇଁ ଓଡ଼ିଶାରେ ‘ଆଦି ମହୋତ୍ସବ’ର ଆୟୋଜନ କରାଯାଇଛି। ସମଗ୍ର ଭାରତର ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ, ହସ୍ତତନ୍ତ ସହ ବିଭିନ୍ନ ପ୍ରକାର ଅର୍ଗାନିକ୍‌ ଓ ହର୍ବାଲ ସାମଗ୍ରୀ ଏଠାରେ ବିକ୍ରି କରାଯାଉଛି॥ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଅଧୀନ ଟ୍ରାଇବାଲ କୋଅପରେଟିଭ୍‌ ମାର୍କେଟିଂ ଡେଭଲପ୍‌ମେଣ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ(ଟ୍ରାଇଫେଡ୍‌) ତଥା ଟ୍ରାଇବ୍‌ସ ଇଣ୍ଡିଆ ପକ୍ଷରୁ ଚାଲିଛି ଏହି ମହୋତ୍ସବ। ଏଥିରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ, ନାଗାଲାଣ୍ଡ, ସିକିମ, ମେଘାଳୟ, ହିମାଚଳ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, କର୍ନାଟକ ଓ କେରଳ ଭଳି ୨୨ଟି ରାଜ୍ୟର ଜନଜାତି ଅଂଶଗ୍ରହଣ କରିଛନ୍ତି। ମୋଟ ୧୦୪ଟି ଷ୍ଟଲ୍‌ରେ ୨୧୦ଜଣ କାରିଗରଙ୍କ ହାତତିଆରି ଘରସଜ୍ଜା, ଗୃହଉପକରଣ, ଖାଦ୍ୟ ସାମଗ୍ରୀ ଏବଂ ହସ୍ତତନ୍ତ ଉପଲବ୍ଧ ହେଉଛି। ସେହିଭଳି ୨୨ଟି ଷ୍ଟଲରେ ଓଡ଼ିଶାର ୫୦ରୁ ଊର୍ଦ୍ଧ୍ୱ ଜନଜାତି ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରିବଟା କରୁଛନ୍ତି। ଆକର୍ଷଣୀୟ ସଉରା ପେଣ୍ଟିଂ ସହ ଗୁଣୁପୁର ଫୁଲଝାଡ଼ୁ, ସବାଇ ଘାସ ଓ ଲାଖ ସାମଗ୍ରୀ, ଛତିଶଗଡ଼ର ଟସର ସିଲ୍କ, ହିମାଚଳର ଶୀତବସ୍ତ୍ର, ନାଗାଲାଣ୍ଡର ନାଗା ସାଲ, ଚନ୍ଦେରୀ ଶାଢ଼ି, ମହେଶ୍ୱରୀ ଶାଢ଼ି, ପଶ୍ଚିମବଙ୍ଗର କନ୍ଥା ଏମ୍ବ୍ରୋଡୋରି ଆଦି ସବୁକିଛି ଏଠାରେ ଉପଲବ୍ଧ। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବର ଫୁଡ୍‌ଜୋନ୍‌ରେ ବାରିପଦା ମୁଢିମାଂସରୁ ଆରମ୍ଭକରି ସୁନ୍ଦରଗଡ଼ ଦେଶୀ ଚିକେନ୍‌, ଗୁଜରାଟୀ ଖାଦ୍ୟର ମଜା ବି ନେଇହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri