ଟ୍ରେଣ୍ଡି ଟ୍ରେଡ୍‌ ଫେୟାର

ପର୍ଯ୍ୟଟନ ଋତୁ। ଶୀତର ଆଗମନ। ଠିକ୍‌ ଏହି ସମୟରେ ଆରମ୍ଭ ହୋଇଯାଇଛି ରାଜଧାନୀରେ ଟ୍ରେଡ୍‌ ଫେୟାର। ଜମିଛି ବ୍ୟବସାୟୀଙ୍କର ଭିଡ଼। ସଭିଙ୍କ ପାଇଁ ସାଜିଛି ମୁଖ୍ୟ ଆକର୍ଷଣ। ପୋଷାକରୁ ପାରମ୍ପରିକ ଅଳଙ୍କାର ହେଉ କି ଘରକରଣାରୁ ଘରସଜ୍ଜା ଜିନିଷ, ଭଳିକି ଭଳି ପସରା ମେଲିଛି ମେଳାରେ। ଗ୍ରାହକଙ୍କୁ ଆକୃଷ୍ଟ କରିଛି ଏହାର ପ୍ରତିଟି ସାମଗ୍ରୀ।

ସିଲ୍କର ସମ୍ଭାର

ଭୁବନେଶ୍ୱରର ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଏବେ ଚଳଚଞ୍ଚଳ। ଆର୍ଟିସାନ୍ସ ଆଣ୍ଡ୍‌ ୱେଭସର୍ର୍ ୱେଲଫେୟାର୍‌ ଆସୋସିଏଶନ୍‌ ‘ହସ୍ତଶିଳ୍ପୀ’ ଦ୍ୱାରା ଏଠାରେ ଆୟୋଜିତ ହୋଇଛି ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯। ଦେଶର ବିଭିନ୍ନ ରାଜ୍ୟର ଉତ୍କୃଷ୍ଠ ସିଲ୍କ ଉତ୍ପାଦ ଏହାର ମୁଖ୍ୟ ଆକର୍ଷଣ। ନଭେମ୍ବର ୧୧ ତାରିଖ ଯାଏ ଚାଲିବ ଏହି ଏକ୍ସପୋ। ଗୋଟିଏ ଛାତତଳେ ବିଭିନ୍ନ ପ୍ରକାର ପୋଷାକ ସାମଗ୍ରୀ ଉପଲବ୍ଧ ହେଉଛି। ଦେଖିବାକୁ ମିଳୁଛି ସିଲ୍କ ଶାଢିରୁ ଆରମ୍ଭକରି ଡିଜାଇନର ଓ୍ବେର୍‌ର ସମ୍ଭାର। ଖାଣ୍ଟି ସିଲ୍କରେ ଆଗ୍ରହ ରଖୁଥିବା ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ଏହି ଏକ୍ସପୋ। ଏଠାରେ ଥିବା ୬୫ଟି ଷ୍ଟଲ୍‌ରେ ହ୍ୟାଣ୍ଡ୍‌ ବ୍ଲକ୍‌ ପ୍ରିଣ୍ଟ ଶାଢ଼ି, ସାଲଓ୍ବାର୍‌ ସୁଟ୍‌ ଏବଂ ସିଲ୍କ୍‌ ବେଡ୍‌ କଭର୍‌, ଡିଜାଇନର୍‌ ୱେର୍‌ ଆଦି ମିଳୁଛି। ବିଭିନ୍ନ ରାଜ୍ୟରୁ ଆସିଥିବା ପାରମ୍ପରିକ ଶାଢ଼ି ବ୍ୟତୀତ କୁର୍ତ୍ତା, ହାତବୁଣା ମଟ୍‌କା ଏବଂ ଆସାମ ମୁଗା ଫ୍ୟାବ୍ରିକ୍‌, ଏମ୍ବ୍ରୋଡୋରୀ ଡିଜାଇନ୍‌ ସିଲ୍କ ଶାଢ଼ି ଏବଂ ଡ୍ରେସ୍‌ ମ୍ୟାଟେରିଆଲ୍‌, ଭାଗଲପୁରୀ ସୁଟ୍‌, ପ୍ରିଣ୍ଟେଡ୍‌ ସିଲ୍କ ଶାଢ଼ି, ରେଶମୀ ପ୍ଲେନ୍‌ ଏବଂ ବୁଟ୍ଟି ଶାଢ଼ି, କୋଟା ସିଲ୍କ, ମଲବେରୀ ସିଲ୍କଗ୍ରାହକଙ୍କୁ ଆକର୍ଷିତ କରିପାରିଛି। କେବଳ ଏତିକି ନୁହେଁ, ଗ୍ରାହକମାନେ ୱେଡିଙ୍ଗ ଶାଢ଼ି, ସିଲ୍କ ଓ ଟସର କଞ୍ଚାମାଲ, ଷ୍ଟୋଲ୍‌, ସିଲ୍କ ଯୁକ୍ତ ଫ୍ୟାବ୍ରିକ୍‌/ଫର୍ଣ୍ଣସିଙ୍ଗ୍‌, ଉପ୍ପଡା ଇତ୍ୟାଦି ମଧ୍ୟ ପାଇପାରୁଛନ୍ତି।

ନାମୀଦାମୀ ହୋମ୍‌ ଡେକୋର

ଜନତା ମଇଦାନଠାରେ ଚାଲିଛି ‘କ୍ରେଡାଇ ଭୁବନେଶ୍ୱର ହୋମ୍‌ ଆଣ୍ଡ ଡେକୋର ଏବଂ ୧୬ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର’। ଏହା କ୍ରେଡାଇ ଭୁବନେଶ୍ୱର, ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ୟୁସିସିଆଇ), ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଜି.ଏସ୍‌. ମାର୍କେଟିଂ ଆସୋସିଏଟ୍‌ସର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି। ଓଡ଼ିଶାବାସୀଙ୍କ ପାଇଁ ଆଣିଦେଇଛି ଦେଶ ବିଦେଶର ଏକାଧିକ ନାମୀଦାମୀ ହୋମ୍‌ ଡେକୋର୍‌ ବ୍ରାଣ୍ଡ୍‌ର ଉତ୍ପାଦ। ଘରକରଣ ସାମଗ୍ରୀଠାରୁ ଆରମ୍ଭ କରି ଅନ୍ତର୍ଜାତୀୟସ୍ତରର ବିଭିନ୍ନ ଦ୍ରବ୍ୟ ମିଳୁଛି ଗୋଟିଏ ସ୍ଥାନରେ। କେବଳ ଏତିକି ନୁହେଁ, ବିଭିନ୍ନ ରିୟଲ ଇଷ୍ଟେଟ୍‌ ଡେଭଲପର୍ସ ଏଠାରେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶିତ କରିଛନ୍ତି। ରିୟଲ ଇଷ୍ଟେଟ୍‌ ସମ୍ବନ୍ଧିତ ବିଭିନ୍ନ ଉପକରଣ କମ୍ପାନୀ ଏବଂ ବ୍ୟାଙ୍କ ବି ଏଥିରେ ଭାଗ ନେଇଛନ୍ତି। ସୁଲଭ ହାଉସିଂ ଏବଂ ପ୍ରଦର୍ଶିତ ‘ରେଡି ଟୁ ମୁଭ୍‌’ ପ୍ରକଳ୍ପ ଗ୍ରାହକଙ୍କୁ ନିଜ ସ୍ବପ୍ନର ଘର ବାଛିବାକୁ ଏହା ଆଣିଦେଇଛି ନୂଆ ଅପ୍‌ସନ୍‌। ପ୍ରଥମଥର ପାଇଁ ଓଡିଶା ଏହାର ଆୟୋଜକ ରାଜ୍ୟ ଥିବାବେଳେ କର୍ନାଟକ ଓ ପଶ୍ଚିମବଙ୍ଗ ସହଯୋଗୀ ରାଜ୍ୟ ଏବଂ ତାମିଲନାଡୁ ଓ ମହାରାଷ୍ଟ୍ର ଫୋକସ ରାଜ୍ୟ ରହିଛନ୍ତି। ସେହିଭଳି ସହଯୋଗୀ ଦେଶଭାବେ ବାଂଲାଦେଶ ଓ ଥାଇଲାଣ୍ଡ, ଫୋକସ ରାଷ୍ଟ୍ର ଭାବେ ରହିଛନ୍ତି ଆଫଗାନିସ୍ତାନ ଏବଂ ତୁର୍କୀ। ମୋଟ ୫୦୦ଟି ଷ୍ଟଲ୍‌ରେ ୭ଟି ଦେଶ ଓ ଭାରତର ୧୦ଟି ରାଜ୍ୟ ଅଂଶଗ୍ରହଣ କରି ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି। ତୁର୍କୀ, ଆଫଗାନିସ୍ତାନ, ବାଂଲାଦେଶ, ଦୁବାଇ, ମାଲେସିଆ, ଭାରତ ଏବଂ ଥାଇଲାଣ୍ଡ ଭଳି ଦେଶ ଏଥର ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ରାଜ୍ୟର କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ ଏଠାରେ ସୁଲଭ ମୂଲ୍ୟରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେଉଛି।

ପ୍ରଥମ ‘ଆଦି ମହୋତ୍ସବ’

ପାରମ୍ପରିକ ଜନଜାତି ସାମଗ୍ରୀକୁ ନେଇ ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ହୋଇଛି ଏକ ନିଆରା ‘ଆଦି ମହୋତ୍ସବ’। ଏଥର ପ୍ରଥମଥର ପାଇଁ ଓଡ଼ିଶାରେ ‘ଆଦି ମହୋତ୍ସବ’ର ଆୟୋଜନ କରାଯାଇଛି। ସମଗ୍ର ଭାରତର ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ, ହସ୍ତତନ୍ତ ସହ ବିଭିନ୍ନ ପ୍ରକାର ଅର୍ଗାନିକ୍‌ ଓ ହର୍ବାଲ ସାମଗ୍ରୀ ଏଠାରେ ବିକ୍ରି କରାଯାଉଛି॥ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଅଧୀନ ଟ୍ରାଇବାଲ କୋଅପରେଟିଭ୍‌ ମାର୍କେଟିଂ ଡେଭଲପ୍‌ମେଣ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ(ଟ୍ରାଇଫେଡ୍‌) ତଥା ଟ୍ରାଇବ୍‌ସ ଇଣ୍ଡିଆ ପକ୍ଷରୁ ଚାଲିଛି ଏହି ମହୋତ୍ସବ। ଏଥିରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ, ନାଗାଲାଣ୍ଡ, ସିକିମ, ମେଘାଳୟ, ହିମାଚଳ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, କର୍ନାଟକ ଓ କେରଳ ଭଳି ୨୨ଟି ରାଜ୍ୟର ଜନଜାତି ଅଂଶଗ୍ରହଣ କରିଛନ୍ତି। ମୋଟ ୧୦୪ଟି ଷ୍ଟଲ୍‌ରେ ୨୧୦ଜଣ କାରିଗରଙ୍କ ହାତତିଆରି ଘରସଜ୍ଜା, ଗୃହଉପକରଣ, ଖାଦ୍ୟ ସାମଗ୍ରୀ ଏବଂ ହସ୍ତତନ୍ତ ଉପଲବ୍ଧ ହେଉଛି। ସେହିଭଳି ୨୨ଟି ଷ୍ଟଲରେ ଓଡ଼ିଶାର ୫୦ରୁ ଊର୍ଦ୍ଧ୍ୱ ଜନଜାତି ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରିବଟା କରୁଛନ୍ତି। ଆକର୍ଷଣୀୟ ସଉରା ପେଣ୍ଟିଂ ସହ ଗୁଣୁପୁର ଫୁଲଝାଡ଼ୁ, ସବାଇ ଘାସ ଓ ଲାଖ ସାମଗ୍ରୀ, ଛତିଶଗଡ଼ର ଟସର ସିଲ୍କ, ହିମାଚଳର ଶୀତବସ୍ତ୍ର, ନାଗାଲାଣ୍ଡର ନାଗା ସାଲ, ଚନ୍ଦେରୀ ଶାଢ଼ି, ମହେଶ୍ୱରୀ ଶାଢ଼ି, ପଶ୍ଚିମବଙ୍ଗର କନ୍ଥା ଏମ୍ବ୍ରୋଡୋରି ଆଦି ସବୁକିଛି ଏଠାରେ ଉପଲବ୍ଧ। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବର ଫୁଡ୍‌ଜୋନ୍‌ରେ ବାରିପଦା ମୁଢିମାଂସରୁ ଆରମ୍ଭକରି ସୁନ୍ଦରଗଡ଼ ଦେଶୀ ଚିକେନ୍‌, ଗୁଜରାଟୀ ଖାଦ୍ୟର ମଜା ବି ନେଇହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri