ଟ୍ରାଫିକ ନିୟମ କଡ଼ାକଡ଼ି: ମୋହନା ପୋଲିସର ଯାନବାହନ ଯାଞ୍ଚ, ୩୯ ହଜାର ଜରିମାନା ଆଦାୟ

ଚନ୍ଦ୍ରଗିରି, ୭।୯(ଡି.ଏନ୍‌.ଏ.): ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁହେବା ପରେ ବିଭିନ୍ନ ସ୍ଥାନରେ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଛି । ଏଭଳି କ୍ରମରେ ଗଜପତି ଜିଲା ମୋହନା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ ପ୍ରକ୍ରୀୟା ଚାଲିଥିବା ଦେଖିବାକୁ ମିଳିଛି। ସରକାରଙ୍କ ନୂତନ ଟ୍ରାଫିକ ନିୟମ ଅନୁଯାୟୀ, ମୋହନା ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ମୋହନାର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେଲା ଅର୍ଥାତ୍‌ ଶୁକ୍ରବାର ସୁଧା ଲଗାତାର ପୋଲିସ ଟିମ୍‌ ବିଭିନ୍ନଗାଡିକୁ ଯାଞ୍ଚ କରିବା ସହ ସଚେତନ କରୁଛନ୍ତି। ତେବେ ଅନେକ ଗାଡି ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବାରୁ ଯାଞ୍ଚ ବେଳେ ଧରାପଡି ଜରିମାନା ମଧ୍ୟ ଦେଉଛନ୍ତି । ଏଯାବତ୍‌ ମୋହନା ଥାନା ପକ୍ଷରୁ ଯାଞ୍ଚ କରାଯାଇ ମୋଟ ୩୯ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।