Categories: ଜାତୀୟ

ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ୫୧ ପୋଲିସ ବାବୁଙ୍କୁ ଜରିମାନା

ମିରଟ,୭।୯: ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସ ବାବୁମାନେ ମଧ୍ୟ ଏହି ନୂଆ ଆଇନ ଅନୁସାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଦେଇଛନ୍ତି। ଉତ୍ତରପ୍ରଦେଶ ମିରଟରେ ୫୧ ପୋଲିସ କର୍ମଚାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଇନସ୍ପେକ୍ଟର, ୭ ସବ୍‌ ଇନସ୍ପେକ୍ଟର, କନେଷ୍ଟବଳ ଏବଂ ହେଡ୍‌ କନେଷ୍ଟବଳ ସାମିଲ୍‌ ଥିବା କୁହାଯାଉଛି। ପୋଲିସ କର୍ମଚାରୀ ଜରିମାନା ଦେଉଥିବା ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share