ଟ୍ରାଫିକ୍‌ ଜାମ୍‌ରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ତନାଘନା: ଟ୍ରାଫିକ ଡିସିପିଙ୍କୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିଯିବାରୁ ମେଡିକାଲ ଯାଉଥିବା ଜଣେ ୫ବର୍ଷର ଶିଶୁ ନୀଲ୍‌ ନୀତୀଶ ନାୟକଙ୍କ ଜୀବନ ଚାଲିଯାଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ରାଜଧାନୀରେ ଘଟିଥିବା ଏହି ହୃଦୟବିଦାରକ ଘଟଣାକୁ ନେଇ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ରିପୋର୍ଟ ତଲବ କରିଛନ୍ତି। କେଉଁ ପରିସ୍ଥିତିରେ ଟ୍ରାଫିକ ସମସ୍ୟା ଉପୁଜିଲା, କାହିଁକି ଆମ୍ବୁଲାନ୍ସ ରାସ୍ତାରେ ଫସି ରହିଲା, ଆଗାମୀ ଦିନରେ ଆମ୍ବୁଲାନ୍ସ ଯେପରି ଠିକ୍‌ ଭାବେ ହସ୍ପିଟାଲରେ ପହଞ୍ଚତ୍ପାରିବ ତାହାର କ’ଣ ବ୍ୟବସ୍ଥା ରହିଛି ସେସସମ୍ପର୍କରେ ରିପୋର୍ଟ ମାଗିଛନ୍ତି ଆୟୋଗ।
ଅନ୍ୟପକ୍ଷରେ ଘଟଣାକୁ ନେଇ ମାନବ ଅଧିକାର କର୍ମୀ ପ୍ରଦୀପ ନାୟକ ବୁଧବାର ଓଡ଼ିଶା ମାନବ ଅଧିକାର କମିଶନ(ଓଏଚ୍‌ଆରସି)ରେ ଅଭିଯୋଗ କରିଛନ୍ତି। ପ୍ରଦୀପ ଏହି ମାମଲାରେ ସ୍ବାସ୍ଥ୍ୟ ସଚିବ, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପିଙ୍କୁ ପକ୍ଷଭୁକ୍ତ କରିଥିବାବେଳେ ଶିଶୁର ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି। ପ୍ରଦୀପ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ମୃତ ଶିଶୁ ନୀଲ୍‌ ନୀତିଶଙ୍କ ଘର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ ଦୋବଣ୍ଡା ଗ୍ରାମରେ ହୋଇଥିବା ବେଳେ ସେ ପରିବାର ସହ ପୁରୁଣା ଭୁବନେଶ୍ୱରରେ ରହୁଥିଲେ। ସାମାନ୍ୟ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ୨୪ ଘଣ୍ଟା ଶିଶୁଟି ରହିଥିଲେ ମଧ୍ୟ ଚିକିତ୍ସା ଠିକ୍‌ ଭାବେ କରାଯାଇ ନ ଥିଲା। ଏପରି କି ମେଡିସିନ ପାଇଁ ଶିଶୁର ବାପା ମେଡିକାଲରେ ଅସୁବିଧାରେ ସମ୍ମୁଖୀନ ହୋଇଥିବାବେଳେ ରକ୍ତ ପରୀକ୍ଷା ପାଇଁ ବହୁ ସମୟ ଧରି ଧାଡ଼ିରେ ରହିଥିବା ବାପା ନିରୋଦ ତାଙ୍କ ଅଭିଯେଗାପତ୍ରରେ ଉଲ୍ଲେଖ କରିଛନ୍ତି। ସେହିପରି କ୍ୟାପିଟାଲ ହସ୍ପିଟାଲରୁ ନିକଟ ଘରୋଇ ହସ୍ପିଟାଲ ଯିବାବେଳେ ଟ୍ରାଫିକ ଜାମ୍‌ ଯୋଗୁ ଦେଢ଼ଘଣ୍ଟା ଲାଗିଥିଲା। ଆମ୍ବୁଲାନ୍ସକୁ ବାଟ କଢେଇ ନେବାରେ ଟ୍ରାଫିକ ପୋଲିସ ସହଯୋଗ ନ କରିବାରୁ ଏତେ ସମୟ ଲାଗିଥିଲା। ନିରୋଦ ମଧ୍ୟ ଚିକିତ୍ସା ଅବହେଳା ଓ ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ଯୋଗୁ ପୁଅର ମୃତ୍ୟୁ ଘଟିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ବହୁବାର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରୁଥିଲେ ମଧ୍ୟ ଭିତ୍ତିଭୂମିରେ କୌଣସି ସୁଧାର ଆସିନାହିଁ। ଗୁରୁତର ରୋଗୀ ପାଇଁ ଆବଶ୍ୟକ ଆଇସିୟୁ ନ ଥିବା ପ୍ରଦୀପ ତାଙ୍କ ପିଟିଶନରେ ଉଲ୍ଲେଖ କରିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।

ତଦନ୍ତ ରିପୋର୍ଟ ଦେଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ
ଶିଶୁମୃତ୍ୟୁ ଘଟଣାରେ ଚିକିତ୍ସା ଅବହେଳା ନେଇ ମଧ୍ୟ ଅଭିଯୋଗ ଉଠୁଛି। ମୃତ ଶିଶୁ ନୀଲ୍‌ ନୀତୀଶଙ୍କ ବାପା ନିରୋଦ ପୁଅକୁ ଚିକିତ୍ସା କରାଇବାକୁ ଯାଇ କ୍ୟାପିଟାଲ ହସ୍ପିଟାଲରେ କିଭଳି ହଟହଟାର ଶିକାର ହୋଇଥିଲେ ସେନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ। ଏପରି କି ରାତିରେ ଶିଶୁ ବିଭାଗରେ ଅନଭିଜ୍ଞ ଡାକ୍ତର ରହିବା, ଭୁଲ୍‌ ଓ ବିଳମ୍ବ ଚିକିତ୍ସାକୁ ନେଇ ସେ ଅଭିଯୋଗ କରିଥିଲେ। ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ସେବାକୁ ନେଇ ପ୍ରଶ୍ନ ଉଠିବା ପରେ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ଘଟଣାର ପ୍ରାଥମିକ ତଦନ୍ତ କରି ବୁଧବାର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିବା ହସ୍ପିଟାଲ ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକ କହିଛନ୍ତି।
ଜୀବନ ଯିବା ପରେ ପୋଲିସର ନିଦ ଭାଙ୍ଗିଲା
ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିଲେ ୧୦ ହଜାର ଜରିମାନା, ୬ ମାସ ଜେଲ
ଚିକିତ୍ସା ହେଉ କି ଟ୍ରାଫିକ ଜାମ୍‌ ଯୋଗୁ ବହୁ ବିଳମ୍ବ ହେବାରୁ ନୀଲ୍‌ ନୀତୀଶ୍‌ଙ୍କ ମୃତ୍ୟୁ ଘଟିଲା। ଶୀଘ୍ର ପହଞ୍ଚତ୍ଥିଲେ ହୁଏତ ଶିଶୁଟିକୁ ବଞ୍ଚାଯାଇପାରି ଥାଆନ୍ତା ବୋଲି ମୃତ ଘୋଷଣା କରିଥିବା ଡାକ୍ତର କହିଥିଲେ। ବିଭିନ୍ନ ଆଡୁ ନିନ୍ଦା ପ୍ରକାଶ ପାଇବା ପରେ କମିଶନରେଟ ପୋଲିସର ନିଦ ଭାଙ୍ଗିଛି। ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, ଆମକୁ ଜରୁରୀ ସମସ୍ୟା ସମ୍ପର୍କରେ ଅବଗତ କରାଗଲେ ଆମେ ସେବା ଯୋଗାଇବା ପାଇଁ ପ୍ରସ୍ତୁତ। ଏଣିକି ରାଜଧାନୀରେ କାର୍ଯ୍ୟରତ ଆମ୍ବୁଲାନ୍ସଗୁଡିକରେ ଜିପିଏସ୍‌ ସିଷ୍ଟମ ଲାଗିବ। ସ୍ମାର୍ଟସିଟି କଣ୍ଟ୍ରୋଲ ରୁମ୍‌ ସହ ଏହାର ସଂଯୋଗ ରଖାଯିବ॥ଫିକ ପୋଲିସ ସହ ସମ୍ପର୍କ ସ୍ଥାପନ କରି ଆମ୍ବୁଲାନ୍ସର ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦିଆଯିବ। ଆମ୍ବୁଲାନ୍ସ ଆସିବା ଆଗରୁ ଉକ୍ତ ରାସ୍ତାକୁ ପ୍ରସ୍ତୁତ ରଖାଯିବ। ଯେଉଁମାନେ ଆମ୍ବୁଲାନ୍ସକୁ ବାଟ ନ ଛାଡିବେ ସେମାନଙ୍କୁ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡାଦେଶକୁ ଅଧିକ କଡାକଡି ପାଳନ କରାଯିବ। ଏଥିସହ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାକୁ ୬ ଲେନ୍‌ କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିବା ଡିସିପି ନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri