Categories: ଜାତୀୟ

ଟ୍ରାଫିକରେ ଫଶିଲେ କ୍ରିୟୁ ମେମ୍ବର: ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ,୧୯।୧୨: ସାରା ଦେଶରେ ଗୁରୁବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ରାଜଧାନୀ ଦିଲ୍ଲୀରେ ସ୍ଥିତି ଅସମ୍ଭାଳ ହୋଇପଡିଛି। ଏଠାରେ ଅଧିକାଂଶ ସ୍ଥାନରେ ଟ୍ରାଫିକ ଜାମ୍‌ ହେବା ଫଳରେ ସାଧାରଣ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ପଡିଛି। ଏମିତିକି ପ୍ରଦର୍ଶନକାରୀଙ୍କୁ ଦେଖି ଲାଲ କିଲା ଅଞ୍ଚଳରେ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ଏହାସହ ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସ୍‌ ଓ୍ବେରେ ବାରିକେଡ କରିଛି ପୋଲିସ। ଫଳରେ ଟ୍ରାଫିକ ଜାମ୍‌ ସମସ୍ୟା ଉପୁଜିଛି। ଅଧିକାଂଶ ଟ୍ରାଫିକରେ କିଛି ବିମାନର କ୍ରିୟୁ ମେମ୍ବର ଫସିଯିବା କାରଣରୁ ଠିକ୍‌ ସମୟରେ ବିମାନ ବନ୍ଦରରେ ପହଞ୍ଚିପାରି ନାହାନ୍ତି। ତେଣୁ କିଛି ବିମାନ ବିଳମ୍ବରେ ଉଡିଛି ଓ କିଛି ବିମାନର ଉଡାଣକୁ ରଦ୍ଦ କରି ଦିଆଯାଇଥିବା ସୂଚନା ମିଳିଛି।

Share