ଟ୍ରାନ୍ସଫର୍ମର ବସ୍‌ବାର ୨ ବଛର ବିତ୍‌ଲା: ବିଦ୍ୟୁତ୍‌ ସେବାରୁ ବଁଚିତ୍‌ ୩୦ ପରିବାର

 

କର୍ଲାମୁଣ୍ଡା, ୭ା୧୨ (ଡି.ଏନ୍‌.ଏ.)-
କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଁଚେତ୍‌ ଧଅଁରାଖମନ ଗଁାର ଲୋକ୍‌ ସଂଖ୍ୟା ପାଖାପାଖି ୪ଶହ। ଗଁାଟା ବଲାଙ୍ଗୀର ଜିଲା ସୀମାନାରେ ରହିଛେ। ସେନ୍‌ତା ବ୍ଲକ ସଦରନୁ ଗଁାଟା ୨୦ କି.ମି. ଦୂରିଆଥି ରହିଛେ। ଗଁାରେ ଆଦିବାସୀ ଆର ଓବିସି ସମାଜର ୮୧ଟା ପରିବାର ରହୁଛନ୍‌। ବଡ଼ଭାଗି ଲୁକ୍‌କର ଜୀବ୍‌କା କହେଲେ ଚାଷ୍‌ବାସ ଆର କୁଲିମଜୁରି। ଏହେଦ୍‌କା ଗଁାର ଗୁଟେ ବଡ଼୍‌ ସମସିଆ ହେଉଛେ ବିଦ୍ୟୁତ୍‌ ସେବା। ଇଆଡ଼େ ସରକାରକଁର ତରଫୁ ୨ ବଛର ତଲେ ଗଁାବାସୀକୁ ବିଦ୍ୟୁତ୍‌ ସଂଯୋଗ ଦେବାର ଲାଗି ସୌଭାଗ୍ୟ ଯୋଜନାରେ ଗଁାରେ ୬୩ କେଭି ଟ୍ରାନ୍ସଫର୍ମର ବସିଛେ। ଗଁାରେ ଖୁଁଟା ଗଡ଼ା ହେଇ ତାର ଟନା କାମ୍‌ ବି ସରିଛେ। ହେଲେ ଆଏଜ୍‌ତକ ବିଦ୍ୟୁତ୍‌ ସଂଯୋଗ ନାଇଁ ହେବାର ଲାଗି ଗଁାର ୩୦ଟା ପରିବାର ଅଁଧାରେ ଜୀବନ୍‌ ବିତଉଥିବାର ଅଭିଯୋଗ କରିଛନ୍‌। ଇଆଡ଼େ ୨୦୦୫-୦୬ ସାଲୁ ଗଁାର ୪୫ଟା ବିପିଏଲ୍‌ ପରିବାରକେ ୧୦କେଭି ଟ୍ରାନ୍ସଫର୍ମରୁ ବିଦ୍ୟୁତ୍‌ ସେବା ଯୁଗେଇ ଦିଆଯାଉଛେ। ହେଲେ ଗଁାର ଉନିଅଁା ପରିବାରମାନେ ବିଦ୍ୟୁତ୍‌ ସେବା ପାଏବାରୁ ବଁଚିତ୍‌ ହେଇଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଗଁାବାସୀ ଜିଲାପାଳ, ବିଭାଗୀୟ ଅଧ୍‌କାରୀକୁଁ ଜନେଇ ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ ମତାମତ ଲାଗି ନର୍ଲା ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓକଁର ମୋବାଇଲ୍‌ରେ ଯୋଗାଯୋଗ କରାଯାଇଥିଲେ ବି ଯୋଗାଯୋଗ ସମ୍‌ଭବ ନାଇଁ ହେଇପାରି।