Posted inଖେଳ

ଟ୍ରାକ୍‌କୁ ଫେରିବ ଫର୍ମୁଲା ଓ୍ବାନ୍‌ ରେସ୍‌

ପ୍ୟାରିସ, ୩|୬ (ଏପି)- କରୋନା ଭାଇରସ୍‌ ଯୋଗୁ ସ୍ଥଗିତ ରହିଥିବା ଫର୍ମୁଲା ଓ୍ବାନ୍‌ ରେସ୍‌ ପୁଣି ଆରମ୍ଭ ହେବାକୁ ଯାଉଛି। ଜୁଲାଇ ମାସରେ ପଛକୁ ପଛ ୮ଟି ରେସ୍‌ ଅନୁଷ୍ଠିତ ହେବ। ଜୁଲାଇ ୫ରେ ରେଡ୍‌ବୁଲ୍‌ ରିଙ୍ଗ୍‌ରେ ଅଷ୍ଟ୍ରିଆ ଗ୍ରାଁ ପ୍ରି ସହ ୨୦୨୦ ପାଇଁ ନୂତନ ଭାବେ ପ୍ରସ୍ତୁତ କରାଯାଇଥିବା କ୍ୟାଲେଣ୍ଡର ଆରମ୍ଭ ହେବ। ଠିକ୍‌ ସପ୍ତାହକ ପରେ ଅର୍ଥାତ ଜୁଲାଇ ୧୨ରେ ଦ୍ୱିତୀୟ ରେସ୍‌ ସମାନ ଟ୍ରାକ୍‌ରେ ହେବ। ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଅଟୋମୋବାଇଲ୍‌ (ଏଫ୍‌ଆଇଏ) ପକ୍ଷରୁ ମଙ୍ଗଳବାର ଏକ ବିବୃତିିରେ ଏହି ସୂଚନା ଦିଆଯାଇଛି। ପରବର୍ତ୍ତୀ ରେସ୍‌ ବ୍ରିଟିଶ ଗ୍ରାଁପ୍ରି ସିଲଭରଷ୍ଟୋନ୍‌ଠାରେ କ୍ରମାଗତ ଅଗଷ୍ଟ ୨ ଓ ୯ରେ ହେବ। ବ୍ରିଟିଶ ସରକାର ଏଲିଟ୍‌ ସ୍ପୋଟର୍‌ସ ପାଇଁ ବିଦେଶାଗତଙ୍କ ଲାଗି କ୍ୱାରାଣ୍ଟାଇନ୍‌ରୁ ମୁକ୍ତ ରଖାଯାଇଛିି। ନୂଆ କ୍ୟାଲେଣ୍ଡର ଅନୁସାରେ ୟୁରୋପ ପର୍ଯ୍ୟାୟରେ ପରବର୍ତ୍ତୀ ରେସ୍‌ଗୁଡ଼ିକ ଯଥାକ୍ରମେ ସ୍ପେନ (ଅଗଷ୍ଟ ୧୬), ବେଲଜିୟମ (ଅଗଷ୍ଟ ୩୦) ଏବଂ ଇଟାଲୀ (ସେପ୍ଟେମ୍ବର ୯)ରେ ଅନୁଷ୍ଠିତ ହେବ। ଫର୍ମୁଲା ଓ୍ବାନ ରେସ୍‌ର ପୁନଃ ଆୟୋଜନ ପାଇଁ ଗତ ଦୁଇମାସ ହେବ ଏଫ୍‌ଆଇଏ, ସମସ୍ତ ପାର୍ଟନର, କର୍ତ୍ତୃପକ୍ଷ ଏବଂ ୧୦ଟି ଟିମ୍‌ ମଧ୍ୟରେ ଏକ ସଂଶୋଧିତ କ୍ୟାଲେଣ୍ଡର ପ୍ରସ୍ତୁତି ନେଇ ଆଲୋଚନା ଜାରି ରହିଥିଲା। କୋଭିଡ୍‌-୧୯କୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସିଜନର ପରବର୍ତ୍ତୀ ରେସ୍‌ଗୁଡ଼ିକ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ପାରି ନାହିଁ। ବର୍ତ୍ତମାନ ହେବାକୁ ଥିବା ରେସ୍‌ଗୁଡ଼ିକରେ ଦର୍ଶକ ଉପସ୍ଥିତ ରହିବେ ନାହିଁ। ବର୍ଷର ଶେଷ ପର୍ଯ୍ୟାୟରେ କରୋନା ପରିସ୍ଥିତିରେ ଯଦି ଉନ୍ନତି ପରିଲକ୍ଷିତ ହୁଏ ତେବେ ଦର୍ଶକଙ୍କ କଥା ବିଚାର କରାଯାଇ ପାରେ। ମହାମାରୀ ଯୋଗୁ ଏହି ସିଜନରେ ୪ଟି ରେସ୍‌ ବାତିଲ ହୋଇସାରିଛି। ସେଗୁଡ଼ିକ ହେଲା ସିଜନ ଆରମ୍ଭ ଅଷ୍ଟ୍ରେଲିଆନ୍‌ ଗ୍ରାଁ ପ୍ରି, ମୋନାକୋ ଗ୍ରାଁ ପ୍ରି, ଫ୍ରେଞ୍ଚ୍‌ ଗ୍ରାଁ ପ୍ରି ଏବଂ ନେଦରଲାଣ୍ଡ୍ସ ଗ୍ରାଁ ପ୍ରି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri