Categories: ଗଞ୍ଜାମ

ଟ୍ରାକ୍ଟର ଧକ୍କାରେ ଛାତ୍ରୀଙ୍କ ଜୀବନ ଗଲା, ଚାଳକଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ବସିଲେ ଗ୍ରାମବାସୀ

ଛତ୍ରପୁର,୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଝରପୋଖରୀ ନିକଟ ରାସ୍ତାରେ  ବୁଧବାର ଏକ ସାଇକେଲକୁ ଟ୍ରାକ୍ଟର ଧକ୍କା ଦେବାରୁ ଜଣେ ଆଇଟିଆଇ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ହେଲେ ଝରପୋଖରୀ ଗାଁର ସୁରଭି ଦାସ। ଧକ୍କା ଦେବା ପରେ ସେଠାରୁ କିଛି ଦୂରରେ ଟ୍ରାକ୍ଟର ଛାଡ଼ି ଚାଳକ ଫେରାର ହୋଇଯାଇଛନ୍ତି। ଖବର ପାଇ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା। ଅପରପକ୍ଷରେ ମୃତ ଛାତ୍ରୀଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଚାଳକଙ୍କ ଗିରଫ ଦାବିରେ ଛତ୍ରପୁର ଥାନା ସମ୍ମୁଖରେ ବସି ରହିଛନ୍ତି।