Categories: ଗଞ୍ଜାମ

ଟ୍ରାକ୍ଟର ଡାଲାରୁ ଖସି ଯୁବକଙ୍କ ପ୍ରାଣଗଲା

ତୁମୁଡିବନ୍ଧ,୨୫।୫(ଡି.ଏନ୍‌.ଏ.)- ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଟ୍ରାକ୍ଟର ଡାଲାରୁ ଖସିପଡି ଜଣେ ଯୁବକଙ୍କର ଶନିବାର ମୃତ୍ୟୁ ହୋଇଛି। ସେ ହେଲେ ତୁମୁଡିବନ୍ଧ ପଞ୍ଚାୟତ ଝରିଆପଦା ଗ୍ରାମର ବାଲେଶ୍ୱର ଦଣ୍ଡସେନା।
ବାଲେଶ୍ୱର କେତେଜଣ ଶ୍ରମିକଙ୍କ ସହ ମିଶି ପୂର୍ବାହ୍ନ ପ୍ରାୟ ୯ଟାରେ ଟ୍ରାକ୍ଟର (ନଂ.ଓଡି୧୨ବି-୫୯୫୦)ରେ ବାଲି ବୋଝେଇ କରି ଗୁମା ପଞ୍ଚାୟତ ପେଡମ ଗ୍ରାମକୁ ଯାଉଥିଲେ। ବେଲଘର ରାସ୍ତା ପୂଜାଘାଟି ବୁଲାଣିରେ କୌଣସି କାରଣରୁ ବାଲେଶ୍ୱର ଡାଲାରୁ ଖସି ପଡିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ତୁମୁଡିବନ୍ଧ ପୋଲିସ ପହଞ୍ଚତ୍ ମୃତଦେହ ଜବତ ବ୍ୟବଚ୍ଛେଦ ପାଇଁ ତୁମୁଡିବନ୍ଧ ମେଡିକାଲକୁ ପଠାଇଥିଲା। ଏନେଇ ନଂ.୪୧/୧୯ରେ ଏକ ମାମଲା ରୁଜୁ ହୋଇଥିବା ତୁମୁଡିବନ୍ଧ ଥାନା ଅଧିକାରୀ ଓ ଏ.ଏସ୍‌.ଆଇ ଜୁଗଳ କିଶୋର ନାୟକ ସୂଚନା ଦେଇଛନ୍ତି।