Categories: ଯାଜପୁର

ଟ୍ରଲରକୁ ଧକ୍କା ଦେଲା କଣ୍ଟେନର, ୨ ଜଣଙ୍କ ଜୀବନ ଗଲା

ଛତିଆ/ଚଣ୍ଡିଖୋଲ,୧ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ବନ୍ଦାଳ ହାଟ କରନ୍ଦା ଛକ ନିକଟରେ ସୋମବାର ଭୋରରୁ ରଡ୍‌ ବୋଝେଇ ଟ୍ରଲର ପଛପଟେ ଏକ କଣ୍ଟେନର ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। କଟକ ଆଡ଼କୁ ରଡ୍‌ ବୋଝେଇ ଟ୍ରଲର ଠିଆ ହୋଇଥିବାବେଳେ କୋଲକତା ପଟରୁ ଆସୁଥିବା କଣ୍ଟେନର ଟ୍ରଲର ପଛପଟେ ଧକ୍କା ଦେଇଥିଲା। ଫଳରେ କଣ୍ଟେନରର ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି। ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଟ୍ରଲରକୁ ଜବତ କରିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ।