Categories: ଜାତୀୟ

ଟ୍ରମ୍ପ ଯାହା କହୁଛନ୍ତି ତାହା ସେ ବୁଝି ନାହାଁନ୍ତି: ଥରୁର

ନୂଆଦିଲ୍ଲୀ,୨୩।୭: କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ଯାହା କହିଛନ୍ତି ତାହାର ଜବାବ ରଖିଛନ୍ତି କଂଗ୍ରେସ ନେତା ଶଶି ଥରୁର। ଥରୁର କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯାହା କହୁଛନ୍ତି ତାହା ସେ ନିଜେ ବୁଝି ପାରୁ ନାହାଁନ୍ତି ଅବା ତାଙ୍କୁ ଏ ବିଷୟରେ କେହି ବିସ୍ତୃତ ଭାବେ ବୁଝାଇ ପାରୁ ନାହାଁନ୍ତି। ମୋଦି କଶ୍ମୀର ପ୍ରସଙ୍ଗକୁ ନେଇ କେବେ ବି ଟ୍ରମ୍ପଙ୍କ ମଧ୍ୟସ୍ଥତା ଲୋଡି ନ ଥିବା ଥରୁର କହିଛନ୍ତି। କାରଣ ଏହା ଭାରତର ପଲିସି ଏଥିରେ ତୃତୀୟ ପକ୍ଷର ଆବଶ୍ୟକତା ନାହିଁ। ଯଦି ଆବଶ୍ୟକ ପଡେ ତେବେ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ସିଧାସଳଖ ପାକିସ୍ତାନ ସହ କଥା ହେବ ବୋଲି ଥରୁର କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆମେରିକା ଗସ୍ତ କରିଥିବା ସମୟରେ ଟ୍ରମ୍ପ ତାଙ୍କୁ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ସହ କଥା ହେବାକୁ ପ୍ରସ୍ତାବ ଦେଇଥିଲେ।

Share