ତେହରାନ୍,୬ା୪: ଇରାନକୁ ଆକ୍ରମଣ କରିବାକୁ ଆସି ନିଖୋଜ ହୋଇଯାଇଥିବା ଏଫ୍-୧୫ଇ ଷ୍ଟାଇକ୍ ଇଗଲ୍ ଏୟାରକ୍ରାଫ୍ଟ କ୍ରିଉ ସଦସ୍ୟଙ୍କୁ କେବଳ ତେହରାନ୍ ଖୋଜୁନାହିଁ, ଆମେରିକା ଏୟାରଫୋର୍ସ ମଧ୍ୟ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ପ୍ରୟାସ ଚଳାଇଛି। ଏଭଳି ସମୟରେ ଜଣେ ଆମେରିକୀୟ ମହିଳା xରେ ଲୋକଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିଛନ୍ତି, ଏଫ୍-୧୫ର ୨ ପାଇଲଟ୍ଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ତାଙ୍କ ପୁଅ ମଧ୍ୟ ଜଣେ ପାଇଲଟ୍, ଯାହାଙ୍କ ସହ ଶୁକ୍ରବାର ପରଠୁ ଯୋଗାଯୋଗ ହୋଇପାରି ନାହିଁ। ଏହାକୁ ନେଇ ସେ ଚିନ୍ତିତ ହୋଇପଡ଼ିଛନ୍ତି। ତେଣୁ ସମସ୍ତ ପାଇଲଟ୍ ଓ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ନିବେଦନ କରିଛନ୍ତି। ପାକିସ୍ତାନସ୍ଥିତ ଇରାନୀୟ ଦୂତାବାସ ଉଲ୍ଲେଖ କରିଛି, ଆପଣଙ୍କ ପୁଅ ଇରାନରେ ଅଧିକ ସୁରକ୍ଷିତ ବୋଲି ନିଶ୍ଚିତ ରୁହନ୍ତୁ।

