ଟ୍ରମ୍ପ୍‌ଙ୍କୁ ପଚାରିଲେ ଥରୁର୍‌: ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ତ ନେଲ; ପ୍ରତିଷେଧକ ଟୀକା ପ୍ରଥମେ ଆମକୁ ଦେବ ତ !

ନୂଆଦିଲ୍ଲୀ,୮।୪: କରୋନା ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅନୁରୋଧ ରକ୍ଷାକରି ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌ ପଠାଇଛି। ଏନେଇ କଂଗ୍ରେସ ପକ୍ଷରୁ ଶଶି ଥରୁର୍‌ ଟ୍ରମ୍ପ୍‌ଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି। ଶଶି ଟୁଇଟ୍‌ କରି କହିଛନ୍ତି ଯେ, ଆମଠାରୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ତ ନେଲ। ତେବେ ଆମେରିକା କରୋନା ପ୍ରତିଷେଧକ ଟୀକା ତିଆରି କଲେ ପ୍ରଥମେ ଭାରତକୁ ଦେବ କି ନାହିଁ ତାହା ସ୍ପଷ୍ଟ କରିବା ଆବଶ୍ୟକ। ଶଶି ଏହି ଟୁଇଟ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଟ୍ୟାଗ୍‌ କରିଛନ୍ତି। ସେହିପରି ଶଶି ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତଙ୍କ ସହିତ ଏହାକୁ ଟ୍ୟାଗ୍‌ କରିଛନ୍ତି। ଶଶିଙ୍କ ଏଭଳି ମଜାଳିଆ ପ୍ରଶ୍ନ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।

Share