Categories: ଜାତୀୟ

ଟ୍ରମ୍ପଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ତାଜମହଲ: ପ୍ରଥମଥର ହେଉଛି ମଡ୍‌ ଥେରାପି

ନୂଆଦିଲ୍ଲୀ,୨୨।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ ମେଲାନିଆ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ପ୍ରେମର ନିଦର୍ଶନ ତାଜମହଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରମ୍ପ ୧୭ଶ ଶତାବ୍ଦିର ଏହି ସ୍ମାରକ ଦେଖିବାକୁ ଆସିବା ପୂର୍ବରୁ ଶାହାଜାହାନ ଓ ମମତାଜଙ୍କ କବରର ରେପ୍ଲିକା(ପ୍ରତିରୂପ)କୁ ମଡ୍‌ ପ୍ୟାକ ଥେରାପି କରାଯାଉଛି। ଉଭୟଙ୍କୁ କବର ଦିଆଯିବାର ପ୍ରାୟ ୩୮୯ ବର୍ଷ ପରେ ପ୍ରଥମଥର ଏହି ମଡ୍‌ ଥେରାପି କରାଯାଉଛି ବୋଲି କୁହାଯାଉଛି। ଏହି କବରର ପ୍ରତିରୂପକୁ ସୁନ୍ଦର ଦେଖାଯିବା ଲାଗି ଏହି ମଡ୍‌ ଥେରାପି କରାଯାଉଛି ବୋଲି ଜଣାପଡିଛି। ତେବେ ଶାହାଜାହାନ ଓ ମମତାଜଙ୍କ ଅସଲ କବର ସ୍ଥାନ ବର୍ଷକୁ ମାତ୍ର ୩ ଥର ପଯର୍‌ୟଟକଙ୍କ ପାଇଁ ଖୋଲା ଯାଉଥିବା ବେଳେ ଏପର୍ଯ୍ୟନ୍ତ କୌଣସି ବିଦେଶୀ ପର୍ଯ୍ୟଟକ ଏହାକୁ ଦେଖିବାକୁ ଇଚ୍ଛା ପ୍ରକାଶ କରି ନ ଥିବା କୁହାଯାଏ।

Share