ଟ୍ରକ ଧକ୍କାରେ ବିଜେଡି ଛାତ୍ର ନେତାଙ୍କ ମୃତ୍ୟୁ

ବଲାଙ୍ଗୀର ଅଫିସ, ୧।୧୧: ଟ୍ରକ ଦୁର୍ଘଟଣାରେ ବଲାଙ୍ଗୀର ଜିଲା ଛାତ୍ର ବିଜେଡି ଉପସଭାପତିଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ସେ ହେଲେ ଉମାକାନ୍ତ ସେଠ।
ପ୍ରକାଶ ଯେ, ଉମାକାନ୍ତ ବାଇକ୍‌ ଯୋଗେ ଆର୍‌ଟିଓ ଅଫିସ ଆଡୁ ଯାଉଥିବାବେଳେ ବଲାଙ୍ଗୀର ପେଲେସ ଲାଇନ୍‌ ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।