ଟ୍ରକ ଧକ୍କାରେ ଡାକ୍ତରଖାନା ପାଚେରି ଭାଙ୍ଗିଲା

ତାଳଚେର, ୮ା୪(ନି.ପ୍ର.)-  କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନଲେୋଡ କରି ତାଳଚେର ଅଭିମୁଖେ ଯାଉଥିବା  ଏକ ଟ୍ରକ୍ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ କଣିହାଁ ଡାକ୍ତରଖାନା ପାଚେରିକୁ ଧକ୍କା ଦେଇଥିଲା। ଏଥରେ ପାଚେରି ସହ ଡାକ୍ତରଖାନା ଫାଟକ ଭାଙ୍ଗି ଯାଇଛି । ରାତି ପ୍ରାୟ ସାଢେ ୨ଟାରେ ଟ୍ରକ୍(ନଂ. ଓଡି ୩୫ ଡି ୧୧୧୭)ଟି  ପାଚେରିକୁ ଧକ୍କା ଦେଇ ଚିକିତ୍ସାଳୟ ଭିତରକୁ ପଶି ଯାଇଥିଲା। ଅଭିଯୋଗ ପାଇ ପୋଲିସ ଗାଡ଼ି ଓ ଡ୍ରାଇଭରଙ୍କୁ ଅଟକ ରଖିଛି।