Categories: ଖେଳ

ଟ୍ରକ ଡାଲାରେ ବସି କ୍ରିକେଟ ଖେଳିବାକୁ ଯାଉଥିଲେ ଏହି ଖେଳାଳି

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା ହାର୍ଦ୍ଦିକଙ୍କୁ କ୍ରିକେଟକୁ ଆସିବା ପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା। ପାଣ୍ଡ୍ୟା ମାତ୍ର ନବମ ଶେଣୀ ଯାଏ ପାଠ ପଢିଛନ୍ତି। ତାଙ୍କ ପିତା ହିମାଂଶୁ ପାଣ୍ଡ୍ୟା ଜଣେ ଛୋଟ ବ୍ୟବସାୟୀ ଥିଲେ। ଘରର ଆର୍ଥିକ ଅବସ୍ଥା ଏତେଟା ସ୍ବଚ୍ଛଳ ନ ଥିଲା। ତଥାପି ହାର୍ଦ୍ଦିକଙ୍କ ପିତା ତାଙ୍କୁ କ୍ରିକେଟ ଟ୍ରେନିଂ ଦେବା ପାଇଁ ଟଙ୍କା ସଞ୍ଚୟ କରିଥିଲେ। ଏକ ସାକ୍ଷାତକାରରେ ହାର୍ଦ୍ଦିକ କହିଲେ, ମୋର କ୍ରିକେଟ ଖେଳିବାକୁ ଆଦୌ ଇଚ୍ଛା ନ ଥିଲା। ବଡ ଭାଇଙ୍କ କ୍ରିକେଟ ପ୍ରତି ଥିବା ରୁଚି ତାଙ୍କୁ କ୍ରିକେଟ ପଡିଆକୁ ଟାଣିଆଣିଥିଲା ମାତ୍ର ୯ମ ଯାଏ ପାଠ ପଢିବା ପରେ ଆଉ ପଢିବାକୁ ଇଚ୍ଛା ନାହିଁ ବୋଲି ଘରେ କହିଥିଲେ। ଏଥିରେ ଘର ଲୋକ ରାଜି ହୋଇ ନ ଥିଲେ। ହାର୍ଦ୍ଦିକ ଲୁଚିଛପି ଗାଁରେ କ୍ରିକେଟ ଖେଳି ୪୦୦ରୁ ୫୦୦ ଟଙ୍କା ରୋଜଗାର କରୁଥିଲେ। ପାଖରେ ଟଙ୍କା ନ ଥିଲେ ମ୍ୟାଗି ଖାଇ ଟ୍ରକ୍‌ ଡାଲାରେ ବସି କ୍ରିକେଟ ଖେଳିବାକୁ ଯାଉଥିଲେ। ପରେ ଜିଲାସ୍ତରୀୟ କ୍ରିକେଟ ପାଇଁ ମନୋନୀତ ହୋଇଥିଲେ। ଏହାପରେ ଆଇପିଏଲ ଖେଳିଥିଲେ।

Share