ଟ୍ରକ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣା: ଘଟଣାସ୍ଥଳ ପରିଦର୍ଶନ କଲେ ଅତିରିକ୍ତ ପିସିସିଏଫ୍‌

ଢେଙ୍କାନାଳ ଅଫିସ,୩୧।୧: ଢେଙ୍କାନାଳ ଜିଲା ଓଡ଼ପଡ଼ା ବ୍ଲକ ପୋଡ଼ପଡ଼ା ଛକ ୫୫ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ଶୁକ୍ରବାର ଅତିରିକ୍ତ ପିସିସିଏଫ୍‌ ଶଶି ପଲ ଦୁର୍ଘଟଣାସ୍ଥଳରେ ପରିଦର୍ଶନ କରିଛନ୍ତି। ରେଞ୍ଜର, ବନ କର୍ମଚାରୀଙ୍କଠାରୁ ସେ ବିଭିନ୍ନ ବିଷୟରେ ପଚରାଉଚରା କରିଛନ୍ତି। ଏହି ଅବସରରେ ଡିଏଫ୍‌ଓ ବିମଲ ପ୍ରସନ୍ନ ଆଚାର୍ଯ୍ୟ ସେଠାରେ ଉପସ୍ଥିତ ଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ଭୋର ସମୟରେ ଏକ ହାତୀପଲ ଏନ୍‌ଏଚ୍‌ ପାର ହେଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ ଧକ୍କା ଦେବାରୁ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ସେହିଭଳି ଅନ୍ୟ ଏକ ହାତୀ ଆହତ ହୋଇ ଜଙ୍ଗଲକୁ ଚାଲିଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପ୍ରବଳ କୁହୁଡ଼ି ଯୋଗୁ ଏହା ଘଟିଥିବା କୁହାଯାଉଛି।