ଟ୍ରକ୍‌ ଚାପାରେ ଶିଶୁ ମୃତ, ପ୍ରତିବାଦରେ ରାସ୍ତାରୋକୋ

ବରଗଡ଼ ଅଫିସ,୨୦।୧୦: ବରଗଡ଼ ଗୋରୁ ମାର୍କେଟ-ବ୍ରହ୍ମବିହାର ରାସ୍ତାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍‌(ନଂ-ଓଆର ୧୭ ଏ ୯୧୭୧) ଚାପାରେ ଜଣେ ଶିଶୁପୁତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଶିଶୁ ଗାଇସିଲେଟ ବ୍ଲକ ନଟବରପୁର ଗ୍ରାମର ରାଜିନ୍ଦ୍ର ଦୀପଙ୍କ ପୁଅ ଡିବେଶ(୨ବର୍ଷ) ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରାସ୍ତାରୋକୋ କରିଛନ୍ତି। ସେହିପରି ଉତ୍ତେଜନାକୁ ଲକ୍ଷ୍ୟ କରି ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛି। ପ୍ରକାଶ ଯେ, ଶିଶୁ ଜଣଙ୍କ କିଛିଦିନ ତଳେ ବରଗଡ଼ ଗୋରୁ ମାର୍କେଟ ପଡ଼ାର ମାମୁଁଘରକୁ ଆସିଥିଲେ।