Posted inଜାତୀୟ

ମାନ୍ଦାବସ୍ଥା ନେଇ ମୁଡିଜ୍‌ ରିପୋର୍ଟ:ଟ୍ରକ୍‌ ଅପରେଟର ଋଣ ଶୁଝିପାରିବେନି

ନୂଆଦିଲ୍ଲୀ,୬-୯:ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବକୁ ଏବେ ଟ୍ରକ୍‌ ଅପରେଟର ସେକ୍ଟର ମର୍ମେ ମର୍ମେ ଅନୁଭବ କରୁଛନ୍ତି। ବ୍ୟବସାୟ କମିବା କାରଣରୁ ସେମାନେ ନିଜର ଋଣ ପରିଶୋଧ କରିପାରୁ ନାହାନ୍ତି। ପରିସ୍ଥିତି ଏପରି ହେଲାଣି ଯେ, ସେମାନେ ନୂଆ ଟ୍ରକ୍‌ କିଣିବାଠାରୁ ଦୂରେଇ ଗଲେଣି। ସେମାନଙ୍କର ଋଣ ଶୁଝି ପାରିବେ ନାହିଁ ବୋଲି ମୁଡିଜ୍‌ ରିପୋର୍ଟରେ କୁହାଯାଇଛି। ଏହା ଅଟୋ ସେକ୍ଟର ପାଇଁ ଅଶୁଭ ସଙ୍କେତ କୁହାଯାଇପାରେ।
ମୁଡିଜ୍‌ ଇନ୍‌ଭେଷ୍ଟର ସର୍ଭିସ ପକ୍ଷରୁ ଗୁରୁବାର ଏକ ରିପୋର୍ଟରେ କୁହାଯାଇଛି ଯେ, ଜିଡିପି ଅଭିବୃଦ୍ଧି ହାର ୫%କୁ ହ୍ରାସ ପାଇବା ଦ୍ୱାରା ଅଧିକ କ୍ଷେତ୍ର ପ୍ରଭାବିତ ହେବାକୁ ଯାଉଛି। ଅର୍ଥନୀତି ଧିମା ହେବା ଦ୍ୱାରା ଟ୍ରକ୍‌ ଅପରେଟରଙ୍କ ସମ୍ପତ୍ତି ଆଧାରିତ ବନ୍ଧକ(ଏବିଏସ୍‌) ବୃଦ୍ଧି ପାଇବ। ମାଲ୍‌ ପରିବହନ କମୁଥିବାରୁ ଟ୍ରକ୍‌ ଅପରେଟରଙ୍କ ଆୟ କମୁଛି। ଏଥିଯୋଗୁ ସେମାନେ ବକେୟା ଋଣ କିସ୍ତି(ଇଏମ୍‌ଆଇ) ପରିଶୋଧ କରିପାରିବେନାହିଁ। ୨୦୧୨-୧୩ରେ ଏବିଏସ୍‌ ବହୁଗୁଣ ବୃଦ୍ଧି ପାଇଥିଲା। ଟ୍ରକ୍‌ ଅପରେଟର ସେକ୍ଟରରେ ଏଭଳି ମାନ୍ଦାବସ୍ଥା ମାଡ ସେତେବେଳେ ଦେଖିବାକୁ ମିଳିଥିଲା ବୋଲି ମୁଡିଜ୍‌ର ଆସିଷ୍ଟାଣ୍ଟ ଭାଇସ୍‌ ପ୍ରେସିଡେଣ୍ଟ ତଥା ବିଶ୍ଳେଷକ ଦୀପାଂଶୁ ରସ୍ତୋଗୀ କହିଛନ୍ତି। ତେବେ ବର୍ତ୍ତମାନ ସମୟରେ ଏହା ସେହି ଅନୁପାତରେ ବୃଦ୍ଧି ପାଇନାହିଁ ବୋଲି ସେ କହିଛନ୍ତିି।
ଅନ୍ୟପକ୍ଷରେ ସରକାରଙ୍କ ବର୍ତ୍ତମାନର ଆର୍ଥିକ ନୀତି କାରଣରୁ ଏବେ ଅଟୋ ସେକ୍ଟର ବିଶେଷ କରି ଟ୍ରାନ୍ସପୋର୍ଟ ଅପରେଟର ମାନ୍ଦାବସ୍ଥାର ଶିକାର ହୋଇଛି ବୋଲି ଦେଶର ଦୁଇ ମୁଖ୍ୟ ଟ୍ରାନ୍ସପୋର୍ଟ ଉଦ୍ୟୋଗ ପ୍ରତିନିଧି ଅଲ୍‌ ଇଣ୍ଡିଆ ଟ୍ରାନ୍ସପୋର୍ଟସ ଓ୍ବେଲ୍‌ଫେୟାର ଆସୋସିଏଶନ(ଏଆଇଟିଡବ୍ଲ୍ୟୁଏ)
ଏବଂ ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ(ଏଆଇଏମ୍‌ଟିସି) କହିଛି। ଟ୍ରକ୍‌ ଟ୍ରାନ୍ସପୋର୍ଟରଙ୍କ କହିବାନୁଯାୟୀ, ଅଟୋ ସେକ୍ଟର ପାଇଁ ସରକାର ସର୍ବାଧିକ ଜିଏସ୍‌ଟି ଦର ଧାର୍ଯ୍ୟ କରିଛନ୍ତି। ଏହାବାଦ୍‌ ଡିଜେଲ ଉପରେ ୨ ଟଙ୍କା ସେସ୍‌୍‌ ଲାଗୁ ହୋଇଛି। ପୂର୍ବାନୁମିତ ଟିକସ ସହ ବୀମା ପ୍ରିମିୟମ ବୃଦ୍ଧି କାରଣରୁ ଟ୍ରକ୍‌ ଟ୍ରାନ୍ସପୋର୍ଟରଙ୍କ ଉପରେ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି। ଏହି କାରଣରୁ ପୁରୁଣା ଟ୍ରକ୍‌ ଚଳାଇ ବ୍ୟବସାୟ କରିବା ଅପରେଟରଙ୍କ ପାଇଁ କଷ୍ଟସାଧ୍ୟ ହୋଇଛି। ଟ୍ରକ୍‌ ଅପରେଟର ଠିକ୍‌ ସମୟରେ ଋଣ ପରିଶୋଧ କରି ନ ପାରିଲେ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ପ୍ରଭାବିତ ହେବା ନିଶ୍ଚିତ ବୋଲି ମୁଡିଜ ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷରେ ଏଆଇଟିଡବ୍ଲ୍ୟୁଏ ନ୍ୟାଶନାଲ ପ୍ରେସିଡେଣ୍ଟ ମହେନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ, ମାନ୍ଦାବସ୍ଥା ଯୋଗୁ ଟ୍ରକ୍‌ ଅପରେଟରଙ୍କ ଆର୍ଥିକ ଅବସ୍ଥା ବେହାଲ ହୋଇଛି। ଇଏମ୍‌ଆଇ ଦେବା ଅସମ୍ଭବ ହୋଇଥିବାରୁ ଆଗାମୀ ଦିନରେ ଆଉ ନୂଆ ଟ୍ରକ୍‌ କିଣାଯିବ ନାହିଁ ବୋଲି ସମସ୍ତ ଟ୍ରକ୍‌ ଅପରେଟର ନିଷ୍ପତ୍ତି ନେଇଛନ୍ତି। ସେହିପରି ଏଆଇଏମ୍‌ଟିସିର ପୂର୍ବତନ ପ୍ରେସିଡେଣ୍ଟ ତଥା କୋର୍‌ କମିଟି ଅଧ୍ୟକ୍ଷ ବାଲ୍‌ ମାଲକିତ୍‌ ସିଂହ କହିଛନ୍ତି ଯେ, ସରକାର ଅଟୋ ସେକ୍ଟରକୁ ୨୮% ଜିଏସ୍‌ଟି ଅଧୀନକୁ ଆଣିଛନ୍ତି। ଏଥିରେ ଟ୍ରକ୍‌ ଭଳି ବାଣିଜି୍ୟକ ବାହନକୁ ଆଣିବା ଆଦୌ ଉଚିତ୍‌ ହୋଇନାହିଁ। ଏହାଛଡ଼ା ବଜେଟରେ ଡିଜେଲ ଉପରେ ୨ ଟଙ୍କା ସେସ୍‌ ଆଦାୟ ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି। କାରଣ ଟ୍ରକ୍‌ ପରିବହନର ପ୍ରାୟ ୬୦% ଖର୍ଚ୍ଚ ଡିଜେଲ ବାବଦରେ ହୋଇଥାଏ। ସେହିପରି ବାର୍ଷିକ ୧ କୋଟି ଟଙ୍କା ନଗଦ ଉଠାଣ ଉପରେ ସରକାର ୨% ଟିଡିଏସ୍‌ ଲାଗୁ କରିଛନ୍ତି। ଏହା ମଧ୍ୟ ଟ୍ରକ୍‌ ଅପରେଟରଙ୍କ କାରବାର ଉପରେ ଅତିରିକ୍ତ ବୋଝ ପକାଇଛି। କାରଣ ଟ୍ରକ୍‌ ଅପରେଟରମାନଙ୍କ ସିଂହଭାଗ କାରବାର ନଗଦ ଆକାରରେ ହୋଇଥାଏ। ଏହାକୁ ଦେଖିଲେ ଆୟ କମିବାରେ ଲାଗିଥିବା ବେଳେ ବ୍ୟୟ ବଢ଼ିବଢ଼ି ଚାଲିଛି। ଏଣୁ ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ଦେଖିଲେ ଆଗକୁ ଟ୍ରକ୍‌ ଚଳାଇବା ଆଦୌ ଲାଭଜନକ ନୁହେଁ ବୋଲି ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri