ଟ୍ରକ୍‌କୁ ପଛରୁ ଧକ୍କାଦେଲା ଟାଟାଏସିଇ, ଚାଳକ ମୃତ

ଭଣ୍ଡାରିପୋଖରୀ, ୭।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥର ଯଶୋଟିକିରି ନିକଟରେ ଶୁକ୍ରବାର ଭୋରରେ ଏକ ଦୁର୍ଘଟଣା ଘଟିଛି। ଟାଟାଏସିଇ ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ। ଭଣ୍ଡାରିପୋଖରୀ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଚାପିହୋଇଯାଇଥିବା ମୃତକଙ୍କୁ ଉଦ୍ଧାର କରିଛି। ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।