Posted inଖେଳ

ଟୋମିକ୍‌ଙ୍କୁ ପୁରସ୍କାର ରାଶି ମିଳିବ ନାହିଁ

ଲଣ୍ଡନ, ୪ା୭ (ଏଏଫ୍‌ପି)-ଅଷ୍ଟ୍ରେଲୀୟ ଟେନିସ୍‌ ଖେଳାଳି ବର୍ନାଡ ଟୋମିକ୍‌ ତାଙ୍କ ଓ୍ବିମ୍ବେଲଡନ ପୁରସ୍କାର ରାଶି ହରାଇବେ। ମଙ୍ଗଳବାର ଫ୍ରାନ୍ସର ଜୋ ଓ୍ବିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କ ବିପକ୍ଷ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ସେ ତାଙ୍କ ପୂରା ଦକ୍ଷତା ଅନୁସାରେ ଖେଳି ନ ଥିବା ଅଭିଯୋଗ ହୋଇଛି। ମ୍ୟାଚରେ ସେ ୬-୨, ୬-୧, ୬-୪ ସେଟ୍‌ରେ ପରାସ୍ତ ହୋଇଯାଇଥିଲେ। ମ୍ୟାଚଟି ମାତ୍ର ୫୮ ମିନିଟ୍‌ରେ ଶେଷ ହୋଇଥିଲା। ତାଙ୍କର ସମଗ୍ର ୪୫,୦୦୦ ପାଉଣ୍ଡ ଓ୍ବିମ୍ବେଲଡନ ପୁରସ୍କାର ରାଶି ପ୍ରତ୍ୟାହାର କରି ନିଆଯାଇଥିବା ଟୁର୍ନାମେଣ୍ଟର ଆୟୋଜକଙ୍କ ତରଫରୁ ଘୋଷଣା କରାଯାଇଛି। କୋ-ଓ୍ବିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କ ବିପକ୍ଷ ପ୍ରଥମ ରାଉଣ୍ଡ ମ୍ୟାଚରେ ଜଣେ ପ୍ରଫେଶନାଲ ଖେଳାଳି ହିସାବରେ ଯେପରି ଖେଳିବା କଥା ବର୍ନାଡ ଟୋମିକ୍‌ ସେପରି ଖେଳି ନ ଥିଲେ ବୋଲି ରେଫରି ମତବ୍ୟକ୍ତ କରିଥିଲେ। ଅଲ୍‌ ଇଂଲଣ୍ଡ କ୍ଲବ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ସୋଙ୍ଗାଙ୍କ ବିପକ୍ଷ ବେଷ୍ଟ୍‌ ଅଫ୍‌ ଫାଇଭ ସେଟ୍ସ ମ୍ୟାଚ ଟୁର୍ନାମେଣ୍ଟରେ ସବୁଠାରୁ କମ୍‌ ସମୟ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ। ମୋଟ ଉପରେ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ବେଷ୍ଟ ଅଫ୍‌ ଥ୍ରି ମହିଳା ଇଭେଣ୍ଟରେ ଏଲିସି ମର୍ଟେନ୍ସ ଫିଓନା ଫେରୋଙ୍କୁ ମାତ୍ର ୪୮ମିନିଟ୍‌ରେ ହରାଇ ଦେଇଥିଲେ। କିନ୍ତୁ ବର୍ତ୍ତମାନ ବିଶ୍ୱ ର଼୍ୟାଙ୍କିଙ୍ଗରେ ୯୬ତମ ସ୍ଥାନରେ ଥିବା ଟୋମିକ୍‌ କହିଛନ୍ତି, ମୁଁ ଯେତେ ସମ୍ଭବ ଭଲ ଖେଳିବାକୁ ଉଦ୍ୟମ କରିଥିଲି, ମାତ୍ର ପାରି ନ ଥଲି। ୨୦୧୧ରେ ବିଶ୍ୱର ଟପ୍‌ ୨୦ ଖେଳାଳିଙ୍କ ମଧ୍ୟରେ ଥିବା ଟୋମିକ୍‌ ସେତେବେଳେ ଓ୍ବିମ୍ବେଲଡନ କ୍ୱାର୍ଟରଫାଇନାଲରେ ପ୍ରବେଶ କରିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri