ଟୋକନ ବ୍ୟବସ୍ଥାକୁ ଚାଷୀଙ୍କ ବିରୋଧ

ବରଗଡ଼ ଅଫିସ,୧୮।୧୧: ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗତ ୧୫ ତାରିଖରୁ ମଣ୍ଡିଗୁଡ଼ିକ ଖୋଲିଥିଲେ ମଧ୍ୟ ରବିବାର ସୁଦ୍ଧା ବସ୍ତାଟିଏ ଧାନ ବିକ୍ରି ହୋଇ ପାରିନାହିଁ। ଚଳିତଥର ଧାନ ସଂଗ୍ରହ ପ୍ରକ୍ରିୟାରେ ବାଧ୍ୟତାମୂଳକ କରାଯାଇଥିବା ରାଜ୍ୟସ୍ତରୀୟ ଅନ୍‌ଲାଇନ ଟୋକନ ବ୍ୟବସ୍ଥା ଏଥିରେ ପ୍ରତିବନ୍ଧକ ସାଜିଛି। ଚାଷୀମାନେ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକରେ ଦାବି କରିଥିଲେ। ହେଲେ ତାକୁ ଉଚ୍ଛେଦ କରାଯାଇ ନ ଥିବାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ପରିସ୍ଥିତି ସୃଷ୍ଟି ହୋଇଛି।
ଅନ୍ୟପକ୍ଷେ ଏହାକୁ ନେଇ ଚାଷୀ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି। ଏହି କ୍ରମରେ ରବିବାର ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧୀନ ଗୋଡ଼ଭଗା ମଣ୍ଡି ପରିସରରେ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର ଜିଲାର ବିିଭିନ୍ନ କୃଷକ ସଙ୍ଗଠନର ପ୍ରତିନିଧି ଏବଂ ଚାଷୀମାନଙ୍କୁ ନେଇ ଏକ ସମାବେଶ ହୋଇଥିଲା। ସୋମବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ମଣ୍ଡିଗୁଡ଼ିକରେ ବିନା ଟୋକନରେ ଧାନ କିଣା ନ ଗଲେ ଏସବୁ ଜିଲାର ଚାଷୀମାନେ ସମ୍ପୃକ୍ତ ଅଞ୍ଚଳର ବ୍ଲକ, ତହସିଲ ଅଫିସ ଆଗରେ ଧାନ ଗଦା କରିବା ପାଇଁ ଚେତାବନୀ ଦେଇଛନ୍ତି। ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ, ଧାନକ୍ରୟ ସଂସ୍ଥା ବସ୍ତା ଯୋଗାଇବା, ମଣ୍ଡିରେ ଧାନର ଗୁଣମାନ ନିର୍ଦ୍ଧାରଣ ଏବଂ ଓଜନ କରାଯିବା ପାଇଁ ସମାବେଶରେ ଦାବି ହୋଇଥିଲା। ଏହି ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ବ୍ୟାପକ କରିବା ପାଇଁ ଚାଷୀମାନେ ନିଷ୍ପତ୍ତି ନେଇଥିଲେ। ଚାଷୀନେତା ଗୌରଚନ୍ଦ୍ର ଖମାରୀ, ଲକ୍ଷ୍ମଣ ପ୍ରଧାନ, ଅଶୋକ ପ୍ରଧାନ, ଦୟାସାଗର ମେଣ୍ଡଲି, ରାହାସ କର୍ଣ୍ଣ, ଭୀଷ୍ମଦେବ ପଣ୍ଡା, ପି. ପାପାରାଓ ଚୌଧୁରୀ, ରାହାସ କର୍ଣ୍ଣ, ଅରୁଣ ସାହୁ ପ୍ରମୁଖ ସମାବେଶରେ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେ ସମବାୟ ବିଭାଗ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ଅନ୍‌ଲାଇନ ଟୋକନ ବ୍ୟବସ୍ଥାକୁ ଚାଷୀମାନେ ବିରୋଧ କରୁନାହାନ୍ତି, ମଧ୍ୟସ୍ଥମାନେ ବିରୋଧ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri