Categories: ଖେଳ

ଟେଷ୍ଟ କ୍ରିକେଟ୍‌ରେ ସବୁଠୁ ଅଧିକ ବଲ୍‌ର ସମ୍ମୁଖୀନ ହୋଇଥିବା ଖେଳାଳି ଜଣଙ୍କ କିଏ ଜାଣନ୍ତି

କ୍ରିକେଟ୍‌ରେ ଅନେକ ରେକର୍ଡ ସୃଷ୍ଟି ଏବଂ ଭାଙ୍ଗେ। କିନ୍ତୁ ଏମିତି କିଛି ରେକର୍ଡ ରହିଛି ଯାହା ଭାଙ୍ଗିବା କୌଣସି ଖେଳାଳିଙ୍କ ପାଇଁ କଷ୍ଟକର। ସେମିତି ଏକ ରେକର୍ଡ ରହିଛି ଭାରତୀୟ ଦଳର ‘ଦ ଓ୍ବାଲ୍‌’ କୁହାଯାଉଥିବା ରାହୁଲ ଦ୍ରାବିଡଙ୍କ ନାଁରେ। ଟେଷ୍ଟ କ୍ରିକେଟରେ ଅନେକ ଖେଳାଳିଙ୍କ ନାଁରେ ଅନେକ ରେକର୍ଡ ରହିଛି। ଟେଷ୍ଟ କ୍ରିକେଟରେ ସେ ସବୁଠୁ ଅଧିକ ବଲ ସମ୍ମୁଖୀନ ହୋଇଥିବା ଖେଳାଳି ଭାବେ ରେକର୍ଡ କରିଛନ୍ତି। ୧୯୯୬ ମସିହା ଜୁନ ୨୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ୨୦୧୨ ଜାନୁଆରୀ ୨୪ ତାରିଖରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ। ୧୬୪ଟି ଟେଷ୍ଟ ମ୍ୟାଚ ଖେଳିଥିବା ଦ୍ରାବିଡ ମୋଟ ୩୧,୨୫୮ଟି ବଲର ସମ୍ମୁଖୀନ ହୋଇଥିଲେ। ଟେଷ୍ଟ ମ୍ୟାଚରେ ୩୦ ହଜାରରୁ ଅଧିକ ବଲର ସମ୍ମୁଖୀନ ହେବାରେ ସେ ହେଉଛନ୍ତି ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ। ଦ୍ରାବିଡଙ୍କୁ ପଛକୁ ଅଛନ୍ତି ମଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁ ରହିଛି। ୨୦୦ଟି ଟେଷ୍ଟ ମ୍ୟାଚ ଖେଳିଥିବା ସଚିନ ମୋଟ ୨୯,୪୩୭ଟି ବଲର ସମ୍ମୁଖୀନ ହୋଇଥିଲେ। ସଚିନଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍‌ କାଲିସଙ୍କ ନାଁ ରହିଛି। ସେ ୧୬୬ଟି ଟେଷ୍ଟ ମ୍ୟାଚରୁ ୨୮,୯୦୩ଟି ବଲ ଖେଳିଛନ୍ତି। କାଲିସଙ୍କ ପରେ ଓ୍ବେଷ୍ଟଇଣ୍ଡିଜର ଶିବନାରାୟଣ ଚନ୍ଦ୍ରପାଲଙ୍କ ନାଁ ଆସେ ସେ ୧୬୪ଟି ଟେଷ୍ଟ ମ୍ୟାଚରୁ ୨୭୩୯୫ଟି ବଲର ସମ୍ମୁଖୀନ ହୋଇଥିଲେ। ପଞ୍ଚମ ସ୍ଥାନରେ ଅଛନ୍ତି ଆଲାନ ବର୍ଡର। ସେ ୨୫୬ଟି ମ୍ୟାଚ୍‌ ଖେଳି ୨୭୦୦୪ଟି ବଲ୍‌ ଖେଳିଛନ୍ତି।

Share