Posted inଖେଳ

ଟେଷ୍ଟରେ ହ୍ୟାଟ୍ରିକ୍‌: ବୁମ୍‌ରା ତୃତୀୟ ଭାରତୀୟ

କିଙ୍ଗଷ୍ଟନ,୨।୯(ପି.ଟି.)- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଶନିବାର ଦ୍ୱିତୀୟ ଦିବସରେ ପ୍ରଥମ ଇନିଂସରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ବୁମ୍‌ରା ଏଥି ସହିତ ଟେଷ୍ଟରେ ତୃତୀୟ ଭାରତୀୟ ଭାବେ ସେ ଏହି ସଫଳତା ପାଇଛନ୍ତି। ପୂର୍ବରୁ ସ୍ପିନର ହରଭଜନ ସିଂ ଓ ଇର୍ଫାନ୍‌ ପଠାନ ଟେଷ୍ଟରେ ହ୍ୟାଟ୍ରିକ ଅର୍ଜନ କରିବାର ସୌଭାଗ୍ୟ ପାଇଥିଲେ। ତେବେ ଟେଷ୍ଟରେ ଇଂଲଣ୍ଡର ମୋଇନ ଅଲି ୨୦୧୭ରେ ଶେଷଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ଦି ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଡିନ୍‌ ଏଲଗାର, କାଗିସୋ ରାବାଡ଼ା ଓ ମର୍ନି ମୋର୍କେଲଙ୍କୁ କ୍ରମାଗତ ୩ଟି ବଲ୍‌ରେ ଆଉଟ କରିଥିଲେ।
ଇନିଂସର ନବମ ଓ ବ୍ୟକ୍ତିଗତ ଚତୁର୍ଥ ଓଭରରେ ବୁମ୍‌ରା ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବଲ୍‌ରେ ଯଥାକ୍ରମେ ଡାରେନ ବ୍ରାଭୋ, ଶମରା ବ୍ରୁକ୍ସ ଓ ରୋଷ୍ଟନ ଚେଜ୍‌ଙ୍କୁ ଆଉଟ କରିଥିଲେ। ତେବେ ଚେଜ୍‌ଙ୍କୁ ଆଉଟ କରିବା ପାଇଁ ବୁମ୍‌ରା ଅପିଲ କରି ନ ଥିଲେ। ବଲ୍‌ ଚେଜ୍‌ଙ୍କ ପ୍ୟାଡ୍‌ରେ ବାଜିଥିଲା। ଉଇକେଟକିପର ରିଷଭ ପନ୍ତ ଓ ସ୍ଲିପ୍‌ ଫିଲ୍ଡରମାନେ ଏଲ୍‌ବିଡବ୍ଲ୍ୟୁ ପାଇଁ ଅପିଲ କରିଥିଲେ ମଧ୍ୟ ଅମ୍ପାୟର ପଲ ରିଫେଲ ଏହାକୁ ଅସ୍ବୀକାର କରିଥିଲେ। ତେବେ ଦ୍ୱିତୀୟ ସ୍ଲିପ୍‌ରେ ଠିଆ ହୋଇଥିବା ଅଧିନାୟକ ବିରାଟ କୋହଲି ମଝିକୁ ଆସି ବୁମ୍‌ରାଙ୍କ ସହ ଆଲୋଚନା କରିଥିଲେ ଓ ଡିଆରଏସ୍‌ ନେଇଥିଲେ। ଏହାପରେ ଅବଶ୍ୟ ଅମ୍ପାୟର ଚେଜ୍‌ଙ୍କୁ ଆଉଟ୍‌ ଘୋଷଣା କରିଥିଲେ। ଫଳରେ ବୁମ୍‌ରା ହ୍ୟାଟ୍ରିକ ଅର୍ଜନ କରିଥିଲେ। ପ୍ରଥମ ଭାରତୀୟ ହରଭଜନ
୧୯ ବର୍ଷ ତଳେ ୨୦୦୧ରେ ହରଭଜନ ଇଡେନଗାର୍ଡେନରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ସିରିଜ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ହ୍ୟାଟ୍ରିକ ନେବା ସହ ୧୨୩ ରନ ବ୍ୟୟ କରି ମୋଟି ୭ ଉଇକେଟ ହାସଲ କରିଥିଲେ। ସେ ୭୨ତମ ଓଭରରେ ରକି ପଣ୍ଟିଂ, ଆଡମ ଗିଲଖ୍ରୀଷ୍ଟ ଓ ଶେନ ଓ୍ବର୍ନଙ୍କୁ ଆଉଟ କରିଥିଲେ। ପଣ୍ଟିଂ ଓ ଗିଲଖ୍ରୀଷ୍ଟଙ୍କୁ ସେ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ତେବେ ଓ୍ବାର୍ନଙ୍କୁ ସେ ସଦାଗୋପନ ରମେଶଙ୍କ ଦ୍ୱାରା କ୍ୟାଚ୍‌ ଆଉଟ କରାଇଥିଲେ।
ପ୍ରଥମ ଓଭରରେ ଇର୍ଫାନଙ୍କୁ ହ୍ୟାଟ୍ରିକ
୨୦୦୬ରେ ପାକିସ୍ତାନ ବିପକ୍ଷ କରାଚୀ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ଇର୍ଫାନ ପଠାନ ପ୍ରଥମ ଓଭରର ଅନ୍ତିମ ୩ଟି ବଲ୍‌ରେ ସଲମନ ବଟ୍ଟ, ୟୁନିସ୍‌ ଖାଁ ଓ ମହମ୍ମଦ ୟୁସୁଫ୍‌ଙ୍କୁ ଆଉଟ କରିଥିଲେ। ପ୍ରଥମ ଓଭରରେ ବିନାସ୍କୋରରେ ପାକିସ୍ତାନ ୩ଟି ଉଇକେଟ ହରାଇଥିଲା। ପ୍ରଥମ ଓଭରରେ ଇର୍ଫାନ ହ୍ୟାଟ୍ରିକ୍‌ ନେବାରେ ପ୍ରଥମ ଭାରତୀୟ ବୋଲର ସାବ୍ୟସ୍ତ ହୋଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri