Categories: ଜାତୀୟ

ଟେରର୍‌ ପଣ୍ଡିଂ ମାମଲାରେ ଗିରଫ ହେଲେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ

ନୂଆଦିଲ୍ଲୀ,୧୦।୮: ନ୍ୟାଶନାଲ ଇନଭେଷ୍ଟିଗେଟିଂ ଏଜେନ୍ସି(ଏନ୍‌ଆଇଏ) ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ ରସିଦ୍‌ ଇଞ୍ଜିନିୟରଙ୍କୁ ଗିରଫ କରିଛି। ୨୦୧୭ରେ କଶ୍ମୀରରେ ଏମିତି ମାମଲାରେ ତାଙ୍କୁ ପଚରା ଉଚରା କରାଯାଇଥିଲା। ଏବେ ତାଙ୍କୁ ୪ ଦିନ ପାଇଁ ହାଜତକୁ ପଠାଇ ଦିଆଯାଇଛି। ତେବେ ୨୦୧୭ରେ ସେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ସହ ଏହି କାରବାର କରିଥିବା ସୂଚନା ମିଳିଥିଲା।

Share