Posted inଖେଳ

ଟେନିସ୍‌ର ମହାନାୟକ

ବିଶ୍ୱ ଟେନିସ୍‌ର ମହାନାୟକ ଭାବରେ ନୂତନ ପରିଚୟ ସୃଷ୍ଟି କରିଛନ୍ତି ନୋଭାକ୍‌ ଜୋକୋଭିଚ୍‌। ଏକଦା ଟେନିସ୍‌ରେ ପିଟ୍‌ ସାମ୍ପ୍ରାସଙ୍କ ୧୪ ଗ୍ରାଣ୍ଡସ୍ଲାମର ରେକର୍ଡର କେହି ସମକକ୍ଷ ହେବା ସ୍ବପ୍ନ ପରି ଲାଗୁଥିଲା। ପ୍ରଥମେ ରୋଜର ଫେଡେରର ଏହି ରେକର୍ଡ ଭାଙ୍ଗିଥିଲେ। ଫେଡେରର ୨୦ ଗ୍ରାଣ୍ଡସ୍ଲାମ ସହିତ ଅବସର ନେବା ପରେ ତାଙ୍କୁ ହିଁ ଓପନ୍‌ ଏରାର ମହାନାୟକ ଭାବରେ ବିବେଚନା କରାଯାଉଥିଲା। ରାଫାଲ ନାଡାଲ ୨୨ଟି ଗ୍ରାଣ୍ଡସ୍ଲାମ ବିଜୟୀ ହୋଇ ରେକର୍ଡର ଅଧିକାରୀ ଥିଲେ। ଏବେ ୨୩ ଗ୍ରାଣ୍ଡସ୍ଲାମ ଟ୍ରଫି ହାସଲ କରିବା ସହିତ ନାଡାଲଙ୍କୁ ପଛରେ ପକାଇଛନ୍ତି ସର୍ବିୟାର ଜୋକୋଭିଚ୍‌। ଓପନ୍‌ ଏରାରେ ଜୋକୋଭିଚ୍‌ ନିଜକୁ ସବୁଠାରୁ ସଫଳ ବୋଲି ପ୍ରମାଣିତ କରିଛନ୍ତି। ନାଡାଲ ୨୨ ଟାଇଟଲ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନାଡାଲ ନିଜ ୨୨ ଟାଇଟଲ ମଧ୍ୟରୁ ୧୪ ଥର କେବଳ ଫ୍ରେଞ୍ଚ ଓପନ ବିଜୟୀ ହୋଇଛନ୍ତି। ଅନ୍ୟ ପକ୍ଷରେ ଜୋକୋଭିଚ୍‌ଙ୍କ ପାଇଁ ସବୁଠୁ ସଫଳତମ ଟୁର୍ନାମେଣ୍ଟ ରହିଛି ଅଷ୍ଟ୍ରେଲିଆନ୍‌ ଓପନ୍‌। ୨୩ତମ ଗ୍ରାଣ୍ଡସ୍ଲାମ ମଧ୍ୟରେ ଜୋକୋଭିଚ୍‌ ୩ଥର ଲେଖାଏ ୟୁଏସ୍‌ ଓପନ ଓ ଫ୍ରେଞ୍ଚ୍‌ ଓପନ ବିଜୟୀ ହୋଇଥିବା ବେଳେ ୭ଥର ଓ୍ବିମ୍ବେଲଡନ୍‌ ଓ ୧୦ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିଛନ୍ତି। ୨୩ ଗ୍ରାଣ୍ଡସ୍ଲାମ ବିଜୟୀ ହେବା ପରେ ଜୋକୋଭିଚ୍‌ ଅନାୟାସରେ ନିଜକୁ ଟେନିସ୍‌ ଇତିହାସର ସଫଳତମ ଖେଳାଳି ଭାବରେ ପ୍ରମାଣିତ କରିଛନ୍ତି। ଚଳିତ ସିଜନର ଫ୍ରେଞ୍ଚ ଓପନ ବିଜୟୀ ହେବା ପରେ ଜୋକୋଭିଚ୍‌ କହିଛନ୍ତି, ତାଙ୍କୁ ଟେନିସ୍‌ର ସଫଳତମ ଖେଳାଳି କହିବା ଅନ୍ୟ ମହାନ୍‌ ଖେଳାଳିଙ୍କ ଅସମ୍ମାନ। ତେଣୁ ସେ ନିଜକୁ ଏହି ତର୍କରୁ ଦୂରେଇ ରଖିବାକୁ ଚାହାନ୍ତି। ପ୍ରତିପକ୍ଷ ଖେଳାଳିଙ୍କୁ କେବଳ କୋର୍ଟ ମଝିରେ ନିଜ ଶକ୍ତି ଓ ସାମର୍ଥ୍ୟ ବଳରେ ପରାସ୍ତ କରିବାରେ ଜୋକୋଭିଚ୍‌ ବିଶ୍ୱାସ ରଖନ୍ତି ନାହିଁ। ଅନେକ ସ୍ଥାନରେ ସେ ନିଜର ମାନସିକ ଦୃଢ଼ତା କାରଣରୁ ମ୍ୟାଚ୍‌ ଜିତିବାରେ ସଫଳ ହୋଇଥାନ୍ତି। ଜୋକୋଭିଚ୍‌ ନିଜ କ୍ୟାରିୟରରେ ୩୪୮ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୩୪ଟି ମେଜର ଫାଇନାଲରେ ଅବତୀର୍ଣ୍ଣ ହୋଇଛନ୍ତି। ୩୫ ବର୍ଷ ବୟସରେ ଫ୍ରେଞ୍ଚ ଓପନ ଜିତିବା ସହିତ ବୟସ୍କ ଖେଳାଳି ଭାବେ ରୋଲାଣ୍ଡ ଗ୍ୟାରସ୍‌ରେ ଟାଇଟଲ ଉଠାଇଛନ୍ତି ଏହି ସର୍ବୀୟ ଖେଳାଳି। ୨୩ ଟାଇଟଲ ମଧ୍ୟରେ ସେ ଅନେକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଖେଳିଛନ୍ତି। ଅନେକ ଖେଳାଳିଙ୍କ ସହିତ ତାଙ୍କର ମୁକାବିଲା ବେଶ୍‌ ଜଣାଶୁଣା। ସେମିତି କିଛି ରାଇଭାଲରୀ (ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମୁକାବିଲା) ଉପରେ ଏକ ପ୍ରସ୍ତୁତି…

ବନାମ ରାଫାଲ୍‌ ନାଡାଲ
ମ୍ୟାଚ୍‌ ୫୯ (୩୦-୨୯): ରାଫାଲ ନାଡାଲଙ୍କ ସହିତ ଜୋକୋଭିଚ୍‌ଙ୍କ ରାଇଭାଲରୀ
ବେଶ୍‌ ଜଣାଣୁଣା। ଉଭୟ ଖେଳାଳି ପରସ୍ପରକୁ ସମ୍ମାନ ଦେଉଥିବା ବେଳେ ୩୦-୨୯ର ବିଜୟ ରେକର୍ଡ ସହିତ ଜୋକୋଭିଚ୍‌ ଆଗରେ ରହିଛନ୍ତି। ହାର୍ଡ କୋର୍ଟରେ ଜୋକୋଭିଚ୍‌ ୨୦-୭ରେ ଆଗୁଆ ରହିଥିବା ବେଳେ କ୍ଲେ କୋର୍ଟରେ ନାଡାଲ ୨୦-୮ରେ ଆଗୁଆ ଅଛନ୍ତି। ଅନ୍ୟ ପକ୍ଷରେ ଗ୍ରାସ୍‌ କୋର୍ଟରେ ଉଭୟ ଖେଳାଳିଙ୍କ ରେକର୍ଡ ୨-୨ ରହିଛି। କ୍ଲେ କୋର୍ଟର କିଙ୍ଗ୍‌ ଭାବେ ପରିଚିତ ନାଡାଲଙ୍କୁ ସର୍ବାଧିକ ଥର ପରାସ୍ତ କରିବାର ରେକର୍ଡ ଜୋକୋଭିଚଙ୍କ ନାମରେ ରହିଛି। ଉଭୟ ଏକାଧିକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରସ୍ପରକୁ ସାମ୍ନା କରିଥିବା ବେଳେ ୨୦୧୨ରେ ୫ ସେଟ୍‌ ବିଶିଷ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ ଏହା ମଧ୍ୟରୁ ଅନ୍ୟତମ। ୫ ଘଣ୍ଟା ୫୩ ମିନିଟ ଧରି ଚାଲିଥିବା ଏହି ମ୍ୟାଚକୁ ଜୋକୋଭିଚ୍‌ ଜିତି ନେଇଥିଲେ।

ବନାମ ରୋଜର ଫେଡେରର
ମ୍ୟାଚ୍‌ ୫୦ (୨୭-୨୩): ଟେନିସର ଅନ୍ୟତମ ସୁପରଷ୍ଟାର ସ୍ବିସ୍‌ ତାରକା ରୋଜର ଫେଡେରରଙ୍କ ସହିତ ଜୋକୋଭିଚ୍‌ଙ୍କ ରାଇଭାଲରୀ ବେଶ ପୁରୁଣା। ଉଭୟ ୫୦ ଥର ମୁହାଁମୁହିଁ ହୋଇଥିବା ବେଳେ ୨୭ ଥର ବିଜୟୀ ହୋଇଛନ୍ତି ଜୋକୋଭିଚ୍‌। ୧୯ ଥର ଫାଇନାଲରେ ଉଭୟ ଖେଳାଳି ପରସ୍ପରକୁ ଭେଟିଥିବା ବେଳେ ବିଜୟ ରେକର୍ଡ ୧୩ ଥର ଫେଡେରରଙ୍କ ସପକ୍ଷରେ ରହିଛି। ୨୦୧୯ ମସିହାରେ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ଓ୍ବିମ୍ବେଲଡନ ୨୦୧୯ର ଫାଇନାଲ ଟୁର୍ନାମେଣ୍ଟ ଇତିହାସର ସବୁଠୁ ଦୀର୍ଘତମ ମ୍ୟାଚ ରହିଛି।

ବନାମ ଆଣ୍ଡି ମୁରେ
ମ୍ୟାଚ୍‌ ୩୬ (୨୫-୧୧): ବ୍ରିଟେନ୍‌ର ଆଣ୍ଡି ମୁରେଙ୍କ ସହିତ ଜୋକୋଭିଚ୍‌ ୩୬ ମ୍ୟାଚ୍‌ ଖେଳିଥିବା ବେଳେ ୨୫ଟିରେ ଫଳାଫଳ ତାଙ୍କ ସମପକ୍ଷରେ ଯାଇଛି। ଉଭୟ ଖେଳାଳି ସମାନ ବୟସର ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌କୁ ଜିତିଥିଲେ ମୁରେ। ହାର୍ଡ କୋର୍ଟରେ ଜୋକୋଭିଚ ୨୦-୮ ଓ କ୍ଲେ କୋର୍ଟରେ ୫-୧ରେ ଆଗୁଆ ଅଛନ୍ତି। ଅନ୍ୟ ପକ୍ଷରେ ଗ୍ରାସ୍‌ କୋର୍ଟରେ ୨-୦ରେ ଆଗୁଆ ଅଛନ୍ତି ଆଣ୍ଡି ମୁରେ। ସାଂଘାଇ ମାଷ୍ଟର୍ସରେ ମୁରେଙ୍କ ୧୨ ମ୍ୟାଚର ବିଜୟଧାରା ଶେଷ କରିଥିଲେ ଜୋକୋଭିଚ୍‌। ଏହା ବ୍ୟତୀତ ଉଭୟ ଖେଳାଳି ୨୦୧୨ ୟୁଏସ୍‌ ଓପନ୍‌ ଫାଇନାଲରେ ପରସ୍ପର ସହିତ ଖେଳିଥିଲେ।

ବନାମ ଷ୍ଟାନ୍‌ ଓ୍ବାରିଙ୍କା
ମ୍ୟାଚ୍‌ ୨୬(୨୦-୬): ସ୍ବିଜରଲାଣ୍ଡର ଷ୍ଟାନ ଓ୍ବାରିଙ୍କାଙ୍କ ବିପକ୍ଷରେ ଜୋକୋଭିଚ୍‌ ୨୬ ମ୍ୟାଚ୍‌ ଖେଳି ୨୦ ବିଜୟ ହାସଲ କରିଛନ୍ତି। ଉଭୟ ଖେଳାଳିଙ୍କ ମଧ୍ୟରେ ୫ ଥର ୫ ସେଟ୍‌ବିଶିଷ୍ଟ ଫାଇନାଲ ଦେଖିବାକୁ ମିଳିଥିଲା। ମେଜର ଟୁର୍ନାମେଣ୍ଟରେ ଜୋକୋଭିଚ୍‌ଙ୍କ ୧୪ ମ୍ୟାଚ୍‌ର ବିଜୟଧାରା ଶେଷ କରିଥିଲେ ଓ୍ବାରିଙ୍କା। ୨୦୧୪-୨୦୨୦ ମଧ୍ୟରେ ଜୋକୋଭିଚ୍‌ ୧୩ଟି ମେଜର ଟାଇଟଲ୍‌ ହାସଲ କରିଥିଲେ। ଏହା ମଧ୍ୟରେ ସେ କେବଳ ଓ୍ବାରିଙ୍କାଙ୍କ ନିକଟରୁ ଦୁଇ ଥର ପରାଜିତ ହୋଇଥିଲେ।
-ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri