ଟେକ୍ନୋଲୋଜି, ସ୍ବୟଂକ୍ରିୟ ବ୍ୟବସ୍ଥାରେ ଧାନ ସଂଗ୍ରହ ତ୍ବରାନ୍ବିତ କରାଯାଇଛି:ମନ୍ତ୍ରୀ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ୨୦୧୯-୨୦ ଖରିଫ, ରବିଧାନ ସଂଗ୍ରହରେ ଟେକ୍ନୋଲୋଜି ବ୍ୟବହାର ଏବଂ ସ୍ବୟଂକ୍ରିୟ ବ୍ୟବସ୍ଥାର ଉପଯୋଗ କରି ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇଛି। ଧାନ ବିକ୍ରି ନିମନ୍ତେ ଅନ୍‌ଲାଇନରେ ଚାଷୀଙ୍କ ନାମ ପଞ୍ଜୀକରଣ, ପି-ପାସ୍‌ ଏବଂ ଆଗୁଆ ଟୋକନ୍‌ ମାଧ୍ୟମରେ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଗତବର୍ଷ ୬୫.୫୦ଲକ୍ଷ ମେଟ୍ରିକ୍‌ ଟନ୍‌ ତୁଳନାରେ ଚଳିତ ବର୍ଷ ଅଦ୍ୟାବଧି ୬୭.୫୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି। କରୋନା ଯୋଗୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ବ ଆଦିକୁ କଡ଼ାକଡ଼ି ପାଳନ କରାଯାଇ ଧାନ ସଂଗ୍ରହ କରାଯାଇଛି ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି। ସରକାରଙ୍କ ପକ୍ଷରୁ ଚଳିତ ରବିଧାନ ସଂଗ୍ରହ ନିମନ୍ତେ ୧୦ ଲକ୍ଷ ମେଟ୍ରିକ୍‌ ଟନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୨୬ ହଜାର ୬୫୨ ମେଟ୍ରିକ୍‌ ଟନ ସଂଗ୍ରହ କରାଯାଇଛି। ଯାହା ଗତବର୍ଷ ଆଜି ତାରିଖ ତୁଳନାରେ ୩୨ ପ୍ରତିଶତ ଅଧିକ। ଗତବର୍ଷ ତୁଳନାରେ ପ୍ରାୟ ୨୦ ପ୍ରତିଶତରୁ ଊର୍ଦ୍ଧ୍ୱ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

NCERT ବହିକୁ ନେଇ ରାଗିଗଲେ CJI, କହିଲେ ଆମେ କାହାକୁ…

ନୂଆଦିଲ୍ଲୀ,୨୫ା୨: NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟିକ ଦୁର୍ନୀତି’ ଉପରେ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୀଘ୍ର ଶୁଣାଣି କରିବାକୁ ଆଶ୍ୱାସନା ଦେଇଛନ୍ତି। ମୁଖ୍ୟ…

ଆଜି ହୋଇଥାନ୍ତା ନାବାଳିକାଙ୍କ ବାହାଘର, ହଠାତ୍‌ ଘରେ ପହଞ୍ଚିଲା ପୋଲିସ ପ୍ରଶାସନ, ତା’ପରେ…

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକଙ୍କୁ ବିବାହ କରିବା ପାଇଁ ନିମନ୍ତ୍ରଣପତ୍ର ବଣ୍ଟା…

ଖଣି ଅଧିକାରୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା: ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ

କଟକ,୨୫।୨(କାର୍ତ୍ତିକ ସାହୁ): କଟକ ସର୍କଲ ମାଇନ୍ସ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ ମିନିଟ…

ଅବ୍ୟବସ୍ଥାରେ ସରିଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ଲୋକମାନେ ଜାଣି ନ ପାରି…

ଲୋଇସିଂହା,୨୫।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ହେଲେ ପ୍ରଚାରପ୍ରସାର ଅଭାବରୁ ଲୋକମାନେ ଜାଣି ନ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ…

ସୁନାବେଡ଼ା, ୨୫।୨(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ା ଥାନା ଅଧୀନ ଭେଜାପୁଟ ସତ୍‌ସଂଘ ଅଞ୍ଚଳର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ପଟ୍ଟାଙ୍ଗି…

ଜୟପୁର ପୌରାଧ୍ୟକ୍ଷଙ୍କ ବିରୋଧରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ବିଜେଡି : ଭିଜିଲାନ୍ସ ତଦନ୍ତ ଦାବି

କୋରାପୁଟ,୨୫।୨(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ପୌର ପରିଷଦ ଅଧ୍ୟକ୍ଷଙ୍କ ବିରୋଧରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ନେଇ ବିଜେଡିର ଜିଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର,…

ପିଲାକୁ ନେଇ ଶିକ୍ଷୟିତ୍ରୀ ନିଖୋଜ, ମିଳୁନି ପତ୍ତା: ପୋଲିସର ତନାଘନା

ଲୋଇସିଂହା,୨୫।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ତେନ୍ତୁଲିଖୁଣ୍ଟି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷୟିତ୍ରୀ ନିଖୋଜ…

ସ୍କୁଲରେ ପୋଡ଼ିହୋଇ ୪ ଛାତ୍ର ଗୁରୁତର ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ

ବିଷମକଟକ,୨୫।୨(ପ୍ରସନ୍ନ କୁମାର ପଣ୍ଡା): ଗତ ଜାନୁଆରୀ ୫ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥିତ ପ୍ରାଇମେରି ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବେଳେ ଅଗ୍ନିକାଣ୍ଡ ଘଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri