ଟୁଥ୍‌ପିକ୍‌ରେ ଜାତୀୟ ପତାକା ତିଆରି କଲେ ଶିକ୍ଷକ

ଅମୃତସର,୨୩।୧: ପଞ୍ଜାବ ଅମୃତସରର ସରକାରୀ ଶିକ୍ଷକ ବଲଜିନ୍ଦର ସିଂ ଟୁଥ୍‌ପିକ୍‌ ବ୍ୟବହାର କରି ଜାତୀୟ ପତାକା ତିଆରି କରିଥିବା କହିଛନ୍ତି। ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହାକୁ ତିଆରି କରିଥିବା କୁହନ୍ତି। ଏଥିପାଇଁ ସେ ୭୧,୦୦୦ଟି ଟୁଥ୍‌ପିକ୍‌ ବ୍ୟବହାର କରିଛନ୍ତି। ଆଉ ଏହାକୁ ତିଆରି କରିବାକୁ ତାଙ୍କୁ ୪୦ ଦିନ ସମୟ ଲାଗିଛି। ସାଧାରଣତନ୍ତ୍ର ଦିବସକୁ ଆଉ ମାତ୍ର ୨ ଦିନ ବାକିଥିବା ବେଳେ ବଲଜିନ୍ଦରଙ୍କ ଏହି ଜାତୀୟ ପତାକା ଚର୍ଚ୍ଚାକୁ ଆସିଛି। ଟୁଥ୍‌ପିକ୍‌ରେ ପତାକାଟି ତିଆରି କରିବା ପରେ ସେ ଏହାକୁ ଜାତୀୟ ପତାକାରେ ଥିବା ୩ଟି ରଙ୍ଗରେ ରାଙ୍ଗେଇଛନ୍ତି। ବଲଜିନ୍ଦରଙ୍କ ଏହି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି।

Share