ଟୁଇଟ୍‌ରେ ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ଡିଜିପି

କଟକ ଅଫିସ,୬ା୬: କରୋନା ପାଇଁ ଶୁକ୍ରବାର ପୁରୀରେ ଭକ୍ତଙ୍କ ବିନା ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ଭକ୍ତଙ୍କ ଉପସ୍ଥିତି ଉପରେ କଟକଣା ସହ ୧୪୪ ଧାରା ଜାରି କରାଯାଇଥିଲା। ଏହାପରେ ଶାନ୍ତି ଶୃଙ୍ଖଳାର ସହ ସ୍ନାନଯାତ୍ରା ସରିଛି। ପୁରୀବାସୀ ଏଥିରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ସେ ଟୁଇଟ୍‌ ଜରିଆରେ କହିଛନ୍ତି ଯେ, ସ୍ନାନଯାତ୍ରା ଆୟୋଜନରେ ପୋଲିସ ଓ ପ୍ରଶାସନଙ୍କୁ ସହଯୋଗ କରିଥିବା ଯୋଗୁ ପୁରୀବାସୀଙ୍କୁ ଧନ୍ୟବାଦ। ପୁରୀ ପୋଲିସ ଓ ନିୟୋଜିତ ସମସ୍ତ ପୋଲିସ କର୍ମଚାରୀ କଠିନ ପରିଶ୍ରମ କରିଥିବା ଯୋଗୁ ସେମାନେ ପ୍ରଶଂସାର ପାତ୍ର ବୋଲି ଡିଜିପି ଅଭୟ ଉଲ୍ଲେଖ କରିଛନ୍ତି।