Categories: ଜାତୀୟ

ଟୁଇଟରରେ ସୁଷମାଙ୍କୁ ଫଲୋ କରୁଥିଲେ କୋଟିଏ ୧୩ ଲକ୍ଷ

ନୂଆଦିଲ୍ଲୀ,୭।୮: ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ସକ୍ରିୟ ରହୁଥିଲେ। ଟୁଇଟରରେ ତାଙ୍କ ଫଲୋରର୍ସଙ୍କ ସଂଖ୍ୟା କୋଟିଏ ୧୩ ଲକ୍ଷ ଥିଲା। ତାଙ୍କୁ ଟୁଇଟ୍‌ କରି ସହାୟତା ଲୋଡୁଥିବା ବ୍ୟକ୍ତିଙ୍କୁ ସେ ତତ୍‌କ୍ଷଣାତ୍‌ ସହଯୋଗର ହାତ ବଢ଼ାଉଥିଲେ। ଥରେ ସୁଷମାଙ୍କ ମୃତ୍ୟୁର କାମନା କରି ଜଣେ ଫଲୋରର୍ସ ଟୁଇଟ୍‌ କରିଥିଲେ। ତେବେ ଏଥିରେ ସୁଷମା କ୍ଷୋଭ ପ୍ରକାଶ କରିବା ପରିବର୍ତ୍ତେ ତାଙ୍କ ପ୍ରତି ଏଭଳି ଭାବନା ରଖୁଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ।

Share