Categories: ଜାତୀୟ

ଟି-ସାର୍ଟରେ ‘ନୋ ସିଏଏ’ଲେଖି ବିଧାନସଭା ଆସିଲେ ବିଧାୟକ

ଚେନ୍ନାଇ,୬।୧: ତାମିଲନାଡୁ ନାଗାପଟ୍ଟିନମ ମନିଥାନେୟା ଜନନାୟଗ କାଟଚିର ବିଧାୟକ ଥାମିମୁନ ଅନସାରୀ ସୋମବାର ଅଭିନବ ଢଙ୍ଗରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି। ସେ ପିନ୍ଧିଥିବା ଟି-ସାର୍ଟରେ ‘no CAA, NPR and NRC’ଲେଖାହୋଥିବା ବେଳେ ସେ ହାତରେ ଜାତୀୟ ପତାକା ଧରି ବିଧାନସଭା ଭିତରକୁ ପ୍ରବେଶ କରିଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନାଯୋଗ୍ୟ, ଏବେ ସାରା ଦେଶରେ ଅଧିକାଂଶ ସ୍ଥାନରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଅନେକ ସ୍ଥାନରେ ହିଂସା ପରିସ୍ଥିତି ମଧ୍ୟ ଉପୁଜିଥିଲା। ଏହାକୁ ବିରୋଧ କରିବା ସମୟରେ ଉତ୍ତର ପ୍ରଦେଶରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। କେନ୍ଦ୍ର ସରକାରଙ୍କ ସିଏଏ, ଏନ୍‌ପିଆର୍‌ ଓ ଏନ୍‌ଆର୍‌ସିକୁ ବିଧାୟକ ଅନସାରୀ ମଧ୍ୟ ବିରୋଧ କରୁଥିବା ଦେଖାଯାଇଛି।

Share