Categories: ଖେଳ

ଟି୨୦ ସିରିଜ୍‌ର ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଙ୍ଗନୁଇ,୧୧।୨- ଟି୨୦ ସିରିଜ୍‌ ପରାଜୟର ମଧୁର ପ୍ରତିଶୋଧ ଦିନିକିଆ ଶୃଙ୍ଖଳାରେ ନେଇଛି ଘରୋଇ ନ୍ୟୁଜିଲାଣ୍ଡ ଦଳ। ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ଟିମ୍‌ ଇଣ୍ଡିଆ ୫-୦ ବ୍ୟବଧାନରେ ଜିତିନେଇଥିଲା। ସେହିଭଳି ନ୍ୟୁଜିଲାଣ୍ଡ ୩ ଟିକିଆ ଦିନିକିଆ ମ୍ୟାଚ୍‌ରେ ଭାରତକୁ ଖାତା ଖୋଲିବାକୁ ଦେଇନାହିଁ। ଏଠାରେ ଅନୁଷ୍ଠିତ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୭ ବଲ ଓ ୫ ଉଇକେଟ ହାତରେ ରଖି ବିଜୟ ହାସଲ କରିଛି।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୯୬ ରନ୍‌ କରିଥିଲା। ଦଳ ପାଇଁ ଲୋକେଶ ରାହୁଲ ୧୧୨, ଶ୍ରେୟାସ ଆୟାର ୬୨ ଓ ମନୀଷ ପାଣ୍ଡେ ୪୨ ରନ୍‌ କରିଥିଲେ। ହାମିଶ ବେନେଟ ସର୍ବାଧିକ ୪ ଉଇକେଟ ନେଇ ନ୍ୟୁଜିଲାଣ୍ଡ ପାଇଁ ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ଜବାବରେ ମାର୍ଟିନ ଗୁପଟିଲ(୬୬), ହେନରୀ ନିକୋଲସ (୮୦)ଓ କଲିନ ଡେ ଗ୍ରାଣ୍ଡହୋମ(୫୮*)ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଘରୋଇ ଦଳ ୪୭.୧ ଓଭରରେ ୫ ଉଇକେଟ ହରାଇ ୩୦୦ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଭାରତ ପାଇଁ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ନେଇଥିଲେ।

Share