Posted inଖେଳ

ଟି୨୦ ବିଶ୍ୱକପ୍‌ ବାତିଲ ହେଲେ ଆଇପିଏଲ୍‌ ଲାଗି ବାଟ ଖୋଲିବ: ଟେଲର

ମେଲବୋର୍ନ,୧୭।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ବାତିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଯଦି ଏହି ମେଗା ଇଭେଣ୍ଟ ବାତିଲ ହୁଏ ତେବେ, ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ପାଇଁ ବାଟ ଫିଟିବ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାର୍କ ଟେଲର କହିଛନ୍ତି। ଟି୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ଆରମ୍ଭ ହୋଇ ନଭେମ୍ବର ୧୫ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। କରୋନା ଭାଇରସ ମହାମାରୀ କାରଣରୁ ଏହି ଟୁର୍ନାମେଣ୍ଟ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଯଦିଓ ଅଷ୍ଟ୍ରେଲିଆ କଡ଼ା ନିୟମରେ କେତୋଟି କ୍ରୀଡ଼ା ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଆଇପିଏଲ ମଧ୍ୟ ଏହି ଭାଇରସ୍‌ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଯାଇଛି। ଯଦି ଆଇପିଏଲ ଆୟୋଜନ ହୁଏ ତେବେ ଖେଳାଳିମାନେ ନିଜ ଦାୟିତ୍ୱରେ ଯାତ୍ରା କରିବେ ଓ ଏଥିପାଇଁ ସମ୍ପୃକ୍ତ ଖେଳାଳିଙ୍କ ଜାତୀୟ କ୍ରିକେଟ ବୋର୍ଡର କୌଣସି ଭୂମିକା ରହିବ ନାହିଁ।
ଟି୨୦ ବିଶ୍ୱକପ୍‌ରେ ୧୫ଟି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ଓ ୭ଟି ଭେନ୍ୟୁରେ ୪୫ଟି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏବେକାର ପରିସ୍ଥିତିରେ ଜାତୀୟ ତଥା ଅନ୍ତର୍ଜାତୀୟ ଯାତ୍ରା ବହୁତ କଷ୍ଟକର ହେବ ବୋଲି ଟେଲର ଚ୍ୟାନେଲ ନାଇନ୍‌ ସ୍ପୋଟର୍‌ସକୁ ସାକ୍ଷାତକାର ଦେଇ କହିଛନ୍ତି। ପୁଣି ଟୁର୍ନାମେଣ୍ଟ ପୂର୍ବରୁ ୧୪ ଦିନର ଆସୋସିଏଶନ ପରିସ୍ଥିତିକୁ ଆହୁରି ଅଡୁଆ କରିବ। ତେଣୁ ଏଭଳି ପରିସ୍ଥିତିରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏହି ବିଶ୍ୱକପ୍‌କୁ ଘୁଞ୍ଚାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ହେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଆଇପିଏଲ୍‌ ଆୟୋଜନ କରିବାକୁ ବାଟ ଖୋଲିବ ବୋଲି ସେ କହିଛନ୍ତି। ଆଗକୁ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ କ୍ରିକେଟ ଅଷ୍ଟ୍ରେଲିଆ ଓ ବିସିସିଆଇ ମଧ୍ୟରେ ବୁଝାମଣା ହେବାର ସୁଯୋଗ ସୃଷ୍ଟି ହୋଇଛି। ଭାରତ ଅଷ୍ଟ୍ରେଲିଆ ଗସ୍ତ କରୁ ବୋଲି ଅଷ୍ଟ୍ରେଲିଆ ଚାହୁଁଛି। ତେଣୁ ବିଶ୍ୱକପ୍‌ ଅପେକ୍ଷା ଆଇପିଏଲ୍‌କୁ ଅଧିକ ସମର୍ଥନ କରାଯାଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଭାରତୀୟ କ୍ରିକେଟ ଦଳ ଏକ ପୂର୍ଣ୍ଣ ସିରିଜ ଖେଳିବାକୁ ୨୦୨୦ ଅକ୍ଟୋବରରୁ ୨୦୨୧ ଜାନୁୟାରୀ ମଧ୍ୟରେ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ୪ଟି ଟେଷ୍ଟ ଖେଳିବ ଓ ଏହା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ ରହିବ। ଏହାପରେ ଭାରତ ୩ଟି ଲେଖାଏ ଦିନିକିଆ ଓ ଟି୨୦ ସିରିଜ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri