Posted inଖେଳ

ଆଫ୍ରିଦିଙ୍କୁ ଗମ୍ଭୀରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୧୭।୫: ଭାରତୀୟ ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କଡ଼ା ଜବାବ ଦେଇଛନ୍ତି। କେବଳ ସେତିକି ନୁହେଁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ସେନାମୁଖ୍ୟ ଜେନେରାଲ କମର ବାଜଓ୍ବାଙ୍କ ସମେତ ଆଫ୍ରିଦିଙ୍କୁ ଜୋକର ବୋଲି କହିଛନ୍ତି।
ଆଫ୍ରିଦିଙ୍କ ଏକ ଭିଡିଓ ଭାଇରଲ ହୋଇଥିଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭିରୁ ବୋଲି ଏହି ଭିଡିଓରେ କହୁଥିବାର ଲକ୍ଷ୍ୟ କରାଯାଇଥିଲା। ଏହାକୁ ମଧ୍ୟ ବହୁ ଲୋକ ସେୟାର କରିଥିଲେ। ଏବେ ଗମ୍ଭୀର ଟୁଇଟ୍‌ କରି ନିଜ ଶୈଳୀରେ ଏହାର ଜବାବ ରଖିଛନ୍ତି। ‘ପାକିସ୍ତାନ ପାଖରେ ୭ ଲକ୍ଷ ସୈନ୍ୟ ରହିଛନ୍ତି ଓ ତାଙ୍କ ପଛରେ ୨୦ କୋଟି ଲୋକ ରହିଛନ୍ତି ବୋଲି ୧୬ ବର୍ଷୀୟ ଆଫ୍ରିଦି କହିଛନ୍ତି। ତଥାପି ଏମାନେ ୭୦ ବର୍ଷ ହେବ କାଶ୍ମୀର ପାଇଁ ଭିକ୍ଷା ମାଗୁଛନ୍ତି। ଆଫ୍ରିଦି, ଇମ୍ରାନ, ବାଜଓ୍ବାଙ୍କ ଭଳି ଜୋକର ମୋଦିଙ୍କୁ ଗାଳି ଦେଇ ପାକିସ୍ତାନ ଲୋକଙ୍କୁ ବୋକା ବନାଉଛନ୍ତି। କିନ୍ତୁ କାଶ୍ମୀର ମିଳିବା ବହୁ ଦୂରର କଥା। ବାଂଲାଦେଶ କଥା ମନେ ଅଛିତ?’ ବୋଲି ଗମ୍ଭୀର ଟୁଇଟ୍‌ କରିଛନ୍ତି।
ପୂର୍ବରୁ ଆଫ୍ରିଦି ତାଙ୍କ ଭିଡିଓରେ ମୋଦୀଙ୍କୁ ସାହସୀ ହେବା ପାଇଁ ପ୍ରୟସା କରୁଛନ୍ତି ବୋଲି କହିଥିଲେ। କିନ୍ତୁ ସେ ଜଣେ ଭିରୁ ବ୍ୟକ୍ତି। ଛୋଟିଆ କଶ୍ମୀର ପାଇଁ ସେ ୭ ଲକ୍ଷ ସୈନ୍ୟ ମୃତୟନ କରିଛନ୍ତି। ଯେତେବେଳେ କି ପାକିସ୍ତାନର ସୈନ୍ୟ ସଂଖ୍ୟ ୭ ଲକ୍ଷ। କିନ୍ତୁ ଏମାନଙ୍କ ପଛରେ ୨୨-୨୩ କୋଟି ସୈନ୍ୟ ଅର୍ଥାତ ପାକିସ୍ତାନ ଜନସଂଖ୍ୟା ଛିଡା ହୋଇଛନ୍ତି ମୋଦି ଜାଣିନାହାନ୍ତି ବୋଲି ଆଫ୍ରିଦି କହିଥିଲେ। ପୂର୍ବରୁ ମଧ୍ୟ ଆଫ୍ରିଦି ଏଭଳି କଡ଼ା କଥା କହିବାର ବହୁବାର ଦେଖାଯାଇଛି। ପୂର୍ବତନ କ୍ରିକେଟର ଜାଭେଦ ମିଅଁାଦାଦ ମଧ୍ୟ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ପୂର୍ବରୁ ମଧ୍ୟ ଆଫ୍ରିଦି ଓ ଗମ୍ଭୀର ଏକାଧିକବାର ପରସ୍ପର ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

ହଜାରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ; ବର୍ତ୍ତମାନ ଇରାନରେ ବଡ଼ ବିସ୍ଫୋରଣ, ପ୍ରତିକ୍ରିୟା ରଖିଲା ତେହରାନ

ତେରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘୧,୦୦୦ କ୍ଷେପଣାସ୍ତ୍ର’ ସମ୍ପର୍କରେ ଇରାନକୁ ଚେତାବନୀ ଦେବା ପରେ ଇରାନର ରାଜଧାନୀ ତେହରାନର ପୂର୍ବ ଭାଗରେ ବିସ୍ଫୋରଣର ଶବ୍ଦ ଶୁଣିବା…

ଗାଧୋଇବାକୁ ଯାଇ ଫେରିଲେନି ଯୁବକ, ପାଣିରୁ ମୃତଦେହ କାଢ଼ି…

ଖଲ୍ଲିକୋଟ,୧୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀରେ ବୁଡ଼ି ଜଣେ…

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri