Categories: ଖେଳ

ଟିମ୍‌ ଇଣ୍ଡିଆ ପୁଣି ଦଣ୍ଡିତ

ନୂଆଦିଲ୍ଲୀ,୩।୨(ପି.ଟି.)- ପୁଣି ଥରେ ଭାରତୀୟ ଦଳକୁ ଅର୍ଥ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଦଳର ବୋଲିଂ ହାର ଧିମା ରହିଥିଲା। ଦିଆଯାଇଥିବା ସମୟ ସୁଦ୍ଧା ଦଳର ଗୋଟିଏ ଓଭର ବଳକା ରହିଯାଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳର ୨୦ ପ୍ରତିଶତ ମ୍ୟାଚ୍‌ ଫି କାଟ କରାଯିବ। ଧିମା ବୋଲିଂ ହାର ପାଇଁ କ୍ରମାଗତ ଦ୍ୱିତୀୟ ଥର ଭାରତୀୟ ଦଳକୁ ଜରିମାନା କରାଯାଇଛି। ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳ ଧିମା ବୋଲିଂ ହାର ପାଇଁ ୪୦ ପ୍ରତିଶତ ମ୍ୟାଚ୍‌ ଫି ହରାଇଥିଲା। ମ୍ୟାଚ୍‌ ରେଫରି କ୍ରିସ ବ୍ରଡ ଦେଇଥିବା ଦଣ୍ଡାଦେଶକୁ କାମଚଳା ଅଧିନାୟକ ରୋହିତ ସ୍ବୀକାର କରିନେଇଛନ୍ତି। ଏଣୁ କୌଣସି ଶୁଣାଣିର ଆବଶ୍ୟକତା ନାହିଁ।

Share