Posted inଖେଳ

ଟିମ୍‌ ଇଣ୍ଡିଆର ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ହେବ ନାହିଁ ଖବରଦାତା ସମ୍ମିଳନୀ

ମୁମ୍ବାଇ, ୨୮।୭- ଭାରତୀୟ ଦଳ ସର୍ବଦା ବିଦେଶ ଗସ୍ତରେ ଯିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଯୋଗଦିଏ। କିନ୍ତୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ ନାହିଁ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏହା ସମ୍ଭବ ନୁହେଁ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଏହାର ଅର୍ଥ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ କ’ଣ ଘଟିଛି, ତାହା ଜାଣିବା ପାଇଁ ପ୍ରଶଂସକଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ଆମେରିକା ଗସ୍ତ କରିବା ପୂର୍ବରୁ ଅଧିନାୟକଙ୍କଠାରୁ ଉତ୍ତର ମିଳିବ ବୋଲି ଆଶା କରାଯାଉଥିଲା। ହେଲେ କୋହଲି ପ୍ରଥା ବିରୋଧରେ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ, କୋହଲି ସୋମବାର ସକାଳେ ଏକ ପ୍ରମୋଶନାଲ ଇଭେଣ୍ଟରେ ଯୋଗଦେବେ। କିନ୍ତୁ ରୋହିତ ଏବଂ ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମ୍ପର୍କରେ ସେ କୌଣସି ପ୍ରଶ୍ନର ସମ୍ମୁଖୀନ ହେବାକୁ ଚାହୁଁନାହାନ୍ତି। ଭାରତୀୟ ଦଳ ସୋମବାର ଆମେରିକା ଗସ୍ତ କରିବ। ସେଠାରେ ୨ ଟି୨୦ ଖେଳିବା ପରେ ଦଳ ଓ୍ବେଷ୍ଟଇଣ୍ଡିଜରେ ଅନ୍ତିମ ଟି୨୦, ୩ ଦିନିକିଆ ଓ ଦୁଇ ଟେଷ୍ଟ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି କାଚ ବୋତଲ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ

ଭୁବନେଶ୍ୱର,୨୧ା୨: ଶନିବାର ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି,…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

ବନ୍ଧାହେଲେ କୋଟିପତି ଫରେଷ୍ଟର: ୯ ଦାମୀ ପ୍ଲଟ ସହ ମିଳିଥିଲା…

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ): ଭବାନୀପାଟଣା ରେଞ୍ଜ ଅନ୍ତର୍ଗତ ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

କ୍ରିକେଟ ପାଇଁ ପାଗଳ! ଟିମକୁ ଚିୟର କରିବାକୁ ୬ ପ୍ରଶଂସକ ଖର୍ଚ୍ଚ କରିଦେଲେ ରୋଜଗାରର ଏତିକି ଟଙ୍କା

ନୂଆଦିଲ୍ଲୀ,୨୧।୨: ଜିମ୍ବାୱେ 2026 T20 World Cupରେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହି, ସେମାନେ ଏବେ ସୁପର ୮ରେ ପହଞ୍ଚିଛନ୍ତି। ସେମାନେ…

ଭଡ଼ାଘରୁ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ଙ୍କ ମୃତଦେହ ଜବତ, ପାଟିରୁ ବାହାରିଛି ରକ୍ତ, ୨ ରୁମ୍‌ମେଟ୍‌ ଅଟକ

ରାଉରକେଲା,୨୧ା୨(ସଙ୍ଗୀତା ଜେନା): ଶନିବାର ରାଉରକେଲାର ସିଭିଲ ଟାଉନ୍‌ଶିପ୍‌ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଭାଗିରଥୀ ସାହୁଙ୍କ ମୃତଦେହ ଜବତ କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ…

ଚତୁର୍ଥ ବିବାହ କରିବେ ଶୋଏବ ମଲ୍ଲିକ! ଏହି ଅଭିନେତ୍ରୀଙ୍କୁ…

ଇସଲାମାବାଦ୍‌,୨୧।୨: ପୂର୍ବତନ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶୋଏବ ମାଲିକ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ମଲିକ ୨୦୨୪ ଆରମ୍ଭରେ ତୃତୀୟ ଥର ପାଇଁ ପାକିସ୍ତାନୀ…

ରାଜଧାନୀକୁ ପୁଣି ଦୋହଲାଇ ଦେବାକୁ ଟାର୍ଗେଟ କଲେଣି ଆତଙ୍କବାଦୀ, ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ସୂଚନା ଦିଆଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri