Categories: ଖେଳ

ଟିମ୍‌ ଇଣ୍ଡିଆର ଏହି ବ୍ୟାଟ୍ସମ୍ୟାନ୍‌ ଇଶାନ୍ତ ଶର୍ମାଙ୍କ ବ୍ୟାଟିଂ କୋଚ୍‌

କିଙ୍ଗଷ୍ଟନ,୧।୯: ଭାରତର ଷ୍ଟାର୍‌ ବୋଲର୍‌ ଇଶାନ୍ତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ ଇଶାନ୍ତ ୮୦ଟି ବଲ ଖେଳି ୭ ଚୌକା ସହ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଇଶାନ୍ତଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଦଳର ଅଧିନାୟକ ବିରାଟ କୋହଲି। ଡ୍ରେସିଂ ରୁମ୍‌ରେ ବସି ଇଶାନ୍ତଙ୍କ ପ୍ରତି ସଟ୍‌ ଉପରେ ସେ ନଜର ରଖିଥିଲେ। ତାଙ୍କ ଦେଇଥିବା ପ୍ରତି ଟିପ୍ସ ମାନି ଇଶାନ୍ତ ଖେଳୁଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନାଯୋଗ୍ୟ, ଇଶାନ୍ତ ବ୍ୟାଟିଂ କରିବାକୁ ଆସିବା ପୂର୍ବରୁ ଡ୍ରେସିଂ ରୁମ୍‌ରେ ଇଶାନ୍ତଙ୍କୁ କିଛି ବ୍ୟାଟିଂ ଟିପ୍ସ ଦେଇଥିଲେ କୋହଲି। ଯାହାକୁ ମାନି ଖେଳିବା ସେ ଖେଳିବା ଆରମ୍ଭ କରିଥିଲେ। ସେଥିରେ ସଫଳ ମଧ୍ୟ ହୋଇଥିଲେ।

Share