Categories: ଖେଳ

ଟିଭି ଉପସ୍ଥାପକ ହେଲେ କୋହଲି

ଆଣ୍ଟିଗୁଆ, ୨୨।୮: ଏକ ଭିନ୍ନ ଅନ୍ଦାଜ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। କ୍ରିକେଟ ଛାଡି ତାଙ୍କୁ ଏବେ ଟିଭି ଉପସ୍ଥାପକ ଭୂମିକାରେ ଦେଖିବାକୁ ମିଳିଛି। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ ଦଳ ପ୍ରଥମ ଟେଷ୍ଟ ଖେଳିବା ପୂର୍ବରୁ କୋହଲି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଭିଭିଆନ୍‌ ରିଚାର୍ଡସଙ୍କ ସାକ୍ଷାତକାର ନେଇଛନ୍ତି। ବିସିସିଆଇ ଟିଭି ପକ୍ଷରୁ କରାଯାଇଥିବା ଏହି ସାକ୍ଷାତକାରରେ କୋହଲି ରିଚାର୍ଡସଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ସେ ବିନା ଦ୍ୱିଧାରେ ଦେଇଚାଲିଥିଲେ। ୮୦ ଦଶକରେ କ୍ରିକେଟରେ କେଉଁ ଭଳି ସଂଘର୍ଷର ସାମ୍ନା କରିବାକୁ ପଡୁଥିଲା ବୋଲି କୋହଲି ରିଚାର୍ଡସଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ସେ କହିଥିଲେ, ମୁଁ ସବୁବେଳେ ନିଜକୁ ସର୍ବଶ୍ରେଷ୍ଠ ଭାବେ ଦେଖିବାକୁ ଚାହୁଁଥିଲି। ତେଣୁ ଯେତେ ସଂଘର୍ଷ ଆସିଲେ ବି ମୁଁ ନିଜ ଖେଳ ଉପରେ ଧ୍ୟାନ ଦେଉଥିଲି ବୋଲି ସେ କହିଛନ୍ତି।

Share